ଆଗକୁ ଆସୁଛି ସାଧାରଣ ନିର୍ବାଚନ
ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ଅମରେନ୍ଦ୍ର ଦାସଙ୍କ ବଢୁଛି ପତିଆରା , ବନ୍ଧୁ ମିଳନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରି ଭୋଟର ଆସ୍ଥା ଭଜନ ହୋଇ ପାରିଛନ୍ତି ଅମରେନ୍ଦ୍ର , ବିଜୁ ଜନତା ଦଳର ବିଧାୟକ ପାଇଁ ଆଗଧାଡ଼ିରେ ଅଛନ୍ତି ଟିକେଟ ଲବିରେ , ତଥାପି ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ତାଙ୍କର ବିଶ୍ୱାସ ରହିଛି , ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି ଅମରେନ୍ଦ୍ରଆଙ୍କର- ଆଗକୁ ଆସୁଛି ସାଧାରଣ ନିର୍ବାଚନ । କେବଳ ନିର୍ବାଚନ ତାରିଖ ଘୋଷଣା ବାକି ଥିବା ବେଳେ ନେତାମାନେ ଗାଁ ଗହଳିରେ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ନାଁ ରେ ଶକ୍ତି ପ୍ରଦର୍ଶନ କରି ନିଜ ନିଜର ପତିଆରା ଜାରି ରଖିଛନ୍ତି । ସେହିପରି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ଯୁବ ନେତା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ, ତଥା ପୂର୍ବତନ ବିଜୁ ଜନତା ଦଳର ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କ ବଢୁଛି ପତିଆରା । ତେବେ ନିର୍ବାଚନ ମଣ୍ଡଳୀ ର ପଂଚାୟତ ସ୍ତରରେ ସାଂଗଠନିକ କାର୍ଯ୍ୟ କିପରି ତ୍ୱରାନ୍ୱିତ କରିହେବ ସେ ନେଇ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ର ସୁଫଳ ଯେପରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ଦଳୀୟ ନେତା ଓ କର୍ମୀ ମାନେ ଦାୟିତ୍ୱବାନ ହେବାକୁ ସେ ଅନୁରୋଧ କରିଛନ୍ତି । ତେବେ ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରଷା ରହିଛି । ସେ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ତେବେ ନିର୍ବାଚନ କୁ ଆଉ କିଛି ଦିନ ବାକି ଥିବା ବେଳେ ଅମରେନ୍ଦ୍ର ଦାସଙ୍କ ଏହି ବିଶାଳ କର୍ମୀ ସମ୍ମିଳନୀ ପ୍ରମାଣିତ କରିଛି ଅମରେନ୍ଦ୍ର ଙ୍କ ପ୍ରତି ଲୋକଙ୍କ ଭଲ ପାଇବା କିପରି ରହିଛି । ଆଜିର ଏହି ବିଶାଳ କର୍ମୀ ସମ୍ମିଳନୀରେ ହଜାର ହଜାର ଲୋକ ଯୋଗ ଦେଇ ଏକ ବିରାଟ ଶୋଭାଯାତ୍ରାରେ ରେ ଅଲଣ।ହାଟ ଠାରୁ ବାହାରି ନାଉଗାଁ ରେ ପହଞ୍ଚି ଲୋକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନାହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ । ଏଥିରେ ବହୁ ଯୁବ ନେତା ଓ କର୍ମୀ ମାନେ ସାମିଲ ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବା ନେତୃତ୍ୱ କୁ ପ୍ରଧ୍ୟାନ ଦେବେ ବୋଲି ଆଶା ପ୍ରକଟ କରିଛନ୍ତି । ଅପରପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ସର୍ବୋଚ୍ଚ ନିଷ୍ପତ୍ତି ବୋଲି ବିଜୁ ଜନତା ଦଳର ଜିଲ୍ଲା ସଭାପତି ରବିନାରାୟଣ ଜେନା କହିଛନ୍ତି । ତେବେ ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଯୁବ ନେତା ଅମରେନ୍ଦ୍ର ଦାସଙ୍କ ପତିଆରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ନେତୃତ୍ୱ ପରିବର୍ତ୍ତନ ହେବା ନେଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ଜୋର ଧରିଛି ।
ଜଗତସିଂହପୁର ରୁ Rita ସାହୁ
