ଓଡିଶା ଅଲିମ୍ପିକ ସଂଘର ନୂତନ ୟୁଗ୍ମ ସମ୍ପାଦକ ରୁପେ ନିର୍ବାଚିତ
ଓଡିଶା ଅଲିମ୍ପିକ ସଂଘର ନୂତନ ୟୁଗ୍ମ ସମ୍ପାଦକ ରୁପେ ନିର୍ବାଚିତ ହେଲେ ଜେ. କାମେଶ୍ୱର ରାଓ ବ୍ରହ୍ମପୁର () କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ଅଲମ୍ପିକ ଆଶ୍ସୋସିଏସନ ସମ୍ବିଳନୀକକ୍ଷ ରେ ଅଲମ୍ପିକ ଆସିସୋସିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ର ସାଧାରଣ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ ଅଲମ୍ପିକ ଆସିସୋସିଏନ ର ନୂତନ ଯୁଗ୍ମ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଉକ୍ତ ବୈଠକ ରେ ଅଲମ୍ପିକ ଆସିସ ସିଏନ ପୂର୍ବତନ ସମ୍ପାଦକ ଶ୍ରୀ ଆଶ୍ରିବାଦ ବେହେରା, ନୂତନ ସଭାପତି ସମୀର ମହାନ୍ତି, ନୂତନ ସମ୍ପାଦକ ଅଭିଜିତ ପାଲ ଉପସ୍ଥିତ ଥିଲେ ଏବଂ ଓଡିଶା କ୍ରିକେଟ ଆଶ୍ସୋସିଏସନ ସଭାପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏଥି ପାଇଁ ଗଞ୍ଜାମ ଜିଲ୍ଲା କ୍ରୀଡା ସାଂସଦ ର ସମସ୍ତ ସଭ୍ୟ, ପୂର୍ବତନ ଖେଳାଳି ଏବଂ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର ଶ୍ରୀଯୁକ୍ତ ରାଓ ଙ୍କୁ ଅବିନନ୍ଦନ ଜଣାଇଛନ୍ତି ।
