ବ୍ୟାସନଗର ଜମି ସୁରକ୍ଷା କମିଟି ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ

ବ୍ୟାସନଗର : ଯାଜପୁର ଜିଲ୍ଲା ବ୍ୟାସନଗର ଜମି ସୁରକ୍ଷା କମିଟି ଚୋରଦା ମୌଜା ପକ୍ଷରୁ ସଭାପତି ନାରାୟଣ ଚନ୍ଦ୍ର ପତି ଓ ଆୟୋଜକ ଜିତେନ୍ଦ୍ର ଚିନରାଙ୍କ ତ୍ୱତ୍ଵାବଧାନରେ ରବିବାର ସନ୍ଧ୍ୟାରେ କହେଁଇପୁର ସ୍ଥିତ ଚନ୍ଦ୍ର ଶେଖର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି l ଚୋରଦା, ଉମାପଦା, ମୁଣ୍ଡମାଳ ଓ ରମ୍ପାସ ମୌଜା ରେ ଜଙ୍ଗଲ କିସମ ଜମିରେ ପୂର୍ବରୁ ବହୁ ଲୋକ ଘରଦ୍ୱାର କରି ପରିବାର ଧରି ରହିଛନ୍ତି |ସରକାରଙ୍କ ପକ୍ଷରୁ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମରେ ନୋଟିସ ଜାରି କରାଯାଇଛି | ସେମାନେ ଦୀର୍ଘ ଦିନ ଧରି ସେଠାରେ ରହି ଆସୁଥିବାରୁ ସରକାର ଏହାର ପୁନଃର୍ବିଚାର କରିବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଥିବା ସୂଚନା ମିଳିଛି | ଏହି ବୈଠକ ରେ ବିଜୟ କୁମାର ନାୟକ, ଯୁଧିଷ୍ଠିର ମାଲିକ, ପ୍ରେମାନନ୍ଦ ମହାନ୍ତି, ରବୀନ୍ଦ୍ର କୁମାର ପଣ୍ଡା, ହେମନ୍ତ କୁମାର ବିଶ୍ୱାଳ, ଅକ୍ଷୟ କୁମାର ଦାସ, ସନ୍ତୋଷ କୁମାର ସିଂ, କ୍ଷୀରୋଦ ଚନ୍ଦ୍ର ବେହେରା, ବିଜୟ କୁମାର ଆଇଚ, ବିଶାଳ ରାଉତ, ସୁଦାଂଶୁ ଶେଖର ବାରିକ, ସନ୍ତୋଷ କୁମାର ବାରିକ, ବିଶ୍ୱନାଥ ସାହୁ, ସୁଶାନ୍ତ ପାତ୍ର, ପ୍ରଦ୍ୟୁମ୍ନ ନାୟକ, ନିରଞ୍ଜନ ପ୍ରତିହାରୀ, ସୁବାସ ଚନ୍ଦ୍ର ମିଶ୍ର, ଦୁର୍ଗା ଚରଣ ପ୍ରତିହାରୀ, ନନ୍ଦ କିଶୋର ମଲ୍ଲିକ, ବିଶ୍ୱନାଥ ଜେନା, ସତୀଶ କୁମାର ଜେନା, ଦିବ୍ୟ ସିଂ ନାୟକ, ତଥାଗତ ସାହୁ, ମନୀନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ନାୟକ, ପ୍ରଦୀପ୍ତ କେଶରୀ ନାୟକ ଓ ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *