ତୈଳ ଦର ବୃଦ୍ଧି ପ୍ରତିବାଦରେ ଘଟଗାଁ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଘଟଗାଁ– ଅହେତୁକ ତୈଳଦର ବ୍ରୁଦ୍ଧି ପାଇଁ ଆଜି ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଗତ ଦୁଇ ଦିନ ପୂର୍ବରୁ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ମଧ୍ୟ ରାଜ୍ୟର ପ୍ରତ୍ୟେକ ବ୍ଲକ୍ ରେ ବିଜେଡି ମହାଳା ମନେ ଏକତ୍ରୀତ ହୋଇ ରାଲି କରି ପ୍ରତିବାଦ କରୁଥିବା ବେଳେ ଘଷିପୁରା ନିର୍ବାଚନମଣ୍ଡଳୀର ଘଟଗାଁରେ ମଧ୍ୟ ଏହି ଆନ୍ଦୋଳନ ଦେଖିବାକୁ ମିଳିଥିଲା ।ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତ୍ରୁତ୍ବରେ ଆଜି ଘଟଗାଁ ବ୍ଲକ୍ ର ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇ ଏକ ରାଲି କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।ଡାକ ବଙ୍ଗଳାଠାରୁ ରାଲି ଆରମ୍ଭ କରି ଘଟଗାଁ ବଜାର ଦେଇ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଦରଦାମ୍ ବ୍ରୁଦ୍ଧିକୁ ପ୍ରତିବାଦ କରି ଏକ ଦାବିପତ୍ର ବିଡିଓଙ୍କୁ ଦେଇଥିଲେ ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
