ଘୁମୁସର ଲେଖିକା ସଂସଦର ବାର୍ଷିକୋତ୍ସବ
ଅଦ୍ଯ ତା ୧୮/୦୧/୨୦୨୬ରିଖ ରବିବାର ଦିନ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ଘୁମୁସର ଲେଖିକା ସଂସଦର ବାର୍ଷିକୋତ୍ସବ ପାଳନ ହୋଇ ଯାଇଅଛି। ଏହି ସଭାରେ ସଂସଦର ସଭାନେତ୍ରୀ ଇ ମାହେଶ୍ଵରୀ ଦୋରା ସଭାପତିତ୍ବ କରିଥିଲେ।ଉଦ୍ ଘାଟକ ଭାବରେ ବରିଷ୍ଠ କବି ତଥା ସାହିତ୍ୟିକ ପ୍ରଶାନ୍ତ ମହାନ୍ତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ରୂପେ କମଳ କୁମାରୀ ଦେବୀ, ଓଡିଶା ଲେଖିକା ସଂସଦ, ଭୁବନେଶ୍ୱରର ସମ୍ପାଦିକା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ବାସନ୍ତୀ ମହାନ୍ତି ସ୍ତମ୍ଭକାର ତଥା ବିଶିଷ୍ଟ ଗାଳ୍ପିକା, ଭୁବନେଶ୍ୱର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଉଦ୍ଧବ କୁମାର ମିଶ୍ର, ସରପଞ୍ଚ, ବାଉଁଶଲୁଣ୍ଡି ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଡ଼ କାମ ରାଜୁ ଚାହାଣି, ବିଶିଷ୍ଟ ସାହିତ୍ୟିକ ତଥା ଭଞ୍ଜ ଗବେଷକ ଯୋଗ ଦେଇଥିଲେ। ସଭ୍ୟା ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ସଂସଦର ସମ୍ପାଦିକା ଡ. ନଳିନୀ ପ୍ରଭା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।ଲେଖିକା ବନ୍ଦନା ମହାପାତ୍ରଙ୍କୁ ( ବ୍ରହ୍ମପୁର) ତପସ୍ଵିନୀ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଅମିତା ମିଶ୍ର ଅବସରପ୍ରାପ୍ତ ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଲେଖିକାଙ୍କୁ ବରିଷ୍ଠ ଲେଖିକା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶାରେ ପ୍ରଥମ କରି ସଂସଦ ତରଫରୁ ନବଦୁର୍ଗା ପ୍ରତିଭା ଚୟନ କରାଯାଇଥିଲା। ଶ୍ରେଷ୍ଠ କଣ୍ଠଶିଳ୍ପୀ ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର, ଶ୍ରେଷ୍ଠ ସଂଯୋଜିକା ସୁଶ୍ରୀ ସୁଜାତା ସିଂଙ୍ଗ , ଶ୍ରେଷ୍ଠ ଲେଖିକା ସୁଶ୍ରୀ ମୋନାଲିସା ମିଶ୍ର, ଶ୍ରେଷ୍ଠ ଚିତ୍ରଶିଳ୍ପୀ ଶ୍ରୀମତୀ ଶୁଭସ୍ମିତା ଦାଶ, ଶ୍ରେଷ୍ଠ ସଂସ୍କୃତି ସଂପର୍ଣ୍ଣା ଶ୍ରୀମତୀ ରୁନୁବାଳା ଦାଶ, ଶ୍ରେଷ୍ଠ ସଜ୍ଜିତ ରମଣୀ ଶ୍ରୀମତୀ ଉଷ୍ମିତା ମଞ୍ଜରୀ ମିଶ୍ର, ଶ୍ରେଷ୍ଠ ହାସ୍ୟମୁଖୀ ଶ୍ରୀମତୀ ରଜନୀ ସେଠୀ, ଶ୍ରେଷ୍ଠ ଦାୟିତ୍ଵ ସଂପର୍ଣ୍ଣା ସଭ୍ୟା ଡା଼ ଗାୟତ୍ରୀ ସାହୁ ଏବଂ ସର୍ବଗୁଣ ସଂପର୍ଣ୍ଣା ଡ଼ ନଳିନୀ ପ୍ରଭା ଦାସ ନବଦୁର୍ଗା ପ୍ରତିଭା ରୂପେ ସମ୍ମାନୀତ ହୋଇଥିଲେ।ଅନୁଷ୍ଠାନ ତରଫରୁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବରିଷ୍ଠା ,କନିଷ୍ଠା ଛାତ୍ରୀ ଏବଂ ମହିଳାମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ବାର୍ଷିକ ମୁଖପତ୍ର’ ସ୍ବପ୍ନିଳ ସୃଜନୀ’ ଉନ୍ମୋଚିତ ହୋଇଥିଲା। କବୟିତ୍ରୀ ସନ୍ତୋଷୀ ସମୁଦ୍ରଙ୍କ କବିତା ପୁସ୍ତକ ‘ଗୀତି ନିର୍ଝର’ ଉନ୍ମୋଚିତ ହୋଇଥିଲା।ଉତ୍ସବରେ ଅନୁଷ୍ଠାନର ମନୁଜା ରାଣୀ ଦାସ, ଗିରିଜା ନନ୍ଦିନୀ ଦାସ,ନିରଜା ତ୍ରିପାଠୀ , ସ୍ଥିତିପ୍ରଜ୍ଞା ମହାରଣା, ଅଳକା ମଞ୍ଜରୀ ପଟ୍ଟନାୟକ, ଗୀତାଶ୍ରୀ ସାମନ୍ତ ଆଦି ସମସ୍ତ ସଭ୍ୟା ସହଯୋଗ କରିଥିଲେ ।ସଭା ଶେଷରେ ସମ୍ପାଦିକା ଡ଼.ନଳିନୀ ପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
