ବିଶାଳ ଜନ ସଂପର୍କ ପଦଯାତ୍ରା

ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଧର୍ମଶାଳା ବ୍ଲକ ଅନ୍ତର୍ଗତ, ଉତ୍ତରପ୍ରତାପ ଗ୍ରାମପଞ୍ଚାୟତ ନରସିଂହପୁର ଖେଳପଡ଼ିଆ ଠାରୁ ଧର୍ମଶାଳା ବିଜେପିର ଜନପ୍ରିୟନେତା ହିମାଂଶୁ ଶେଖର ସାହୁ ( ଲିକୁ ଭାଇ ) ଙ୍କ ନେତୃତ୍ୱରେ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଅଚ୍ୟୁତପୁର ଖେଳପଡିଆ ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା ଏହି କର୍ମୀ ସମ୍ମିଳନୀ ରେ ମାନନୀୟ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣ ମାନଙ୍କୁ ଅବଗତ କରାଇବା ଓ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ନାରା ଦେଇ, ଦୁର୍ନୀତିଗ୍ରସ୍ତ କଳାପାହାଡ଼ ନେତାଙ୍କ ଠାରୁ ଧର୍ମଶାଳା ନିର୍ବାଚନମଣ୍ଡଳୀ କୁ ବଞ୍ଚାଇବା ପାଇଁ ଏହି ଜନ ଆନ୍ଦୋଳନ ଜାରି ରହିବ ବୋଲି ଆହ୍ୱାନଦେଇଥିଲେ, ଏହି କାର୍ଯ୍ୟକ୍ରମରେ ରେ ହଜାର ହଜାର କର୍ମୀ ଏବଂ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ମଞ୍ଚରେ ଉପସ୍ଥିତଥିଲେ ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର , ପ୍ରତିଭା ଶତପଥି ରାଜ୍ୟ ବିଜେପି କୃଷକମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ପାଣ୍ଡବ ଧଳ ଜିଲ୍ଲା ବିଜେପି ଜେନେରାଲ ସେକ୍ରେଟେରି ମଞ୍ଜୁଲତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ ଚନ୍ଦ୍ରମଣି ପଣ୍ଡିତ।

Leave a Reply

Your email address will not be published. Required fields are marked *