ବୈଦିକ ବ୍ରାହ୍ମଣ ସମାଜ ପକ୍ଷ ରୁ ଗୀତା ଯଜ୍ଞ ଅନୁଷ୍ଠିତ

ଆଠମଲ୍ଲିକ,୦୧/୧୨ () ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଠାକୁରଗଡ଼ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣ ରେ ରେ ଗୀତା ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ନଗର ପରିକ୍ରମା କରି ଗଙ୍ଗାମାତା ଙ୍କୁ କଳସୀ ଯାତ୍ରା ମାଧ୍ୟମ ରେ ନିମନ୍ତ୍ରଣ କରି ଆଣି ଯଜ୍ଞ ମଣ୍ଡପ ରେ ସ୍ଥାପିତ କରାଯାଇଥିଲା , ସୂର୍ଯ୍ୟ ପୂଜା, ଗୋପୁଜା, ମଣ୍ଡପ ସଂସ୍କାର, ପଞ୍ଚକର୍ମ, ମଣ୍ଡଳ ପୂଜନ କରି ସକାଳ ଗୀତା ଯଜ୍ଞ ଆରମ୍ଭ ହୋଇ ଅପରାହ୍ନ ସମୟରେ ଶେଷ ହୋଇ ପ୍ରସାଦ ସେବନ କରା ଯାଇଥିଲା l ଏଥିରେ ଅଶୋକ କୁମାର ଶତପଥି ଓ ରିଙ୍କୁ ଲାଲ ମିଶ୍ର ଙ୍କ ପୌରହିଁତ ରେ କର୍ତ୍ତା ପ୍ରଶାନ୍ତ କୁମାର ଶତପଥି ସହଧର୍ମିଣୀ ଗୀତାଞ୍ଜଳି ଶତପଥୀ ଓ ଲୋକନାଥ ତ୍ରିପାଠୀ ସହଧର୍ମିଣୀ ପ୍ରଭଞ୍ଜନୀ ତ୍ରିପାଠୀ ଗୀତାଯଜ୍ଞ ରେ କର୍ମ ସଂସ୍ଥାନ କରିଥିଲେ l ସଭ୍ୟ ଶ୍ରୀ ଦିଲ୍ଲୀପ କୁମାର ନନ୍ଦ, ବିଶ୍ୱଜିତ ମିଶ୍ର, ଭୋଳେଶ୍ୱର ମିଶ୍ର, ବିଜୟ କୁମାର ମିଶ୍ର, ଅଜିତ କୁମାର ମିଶ୍ର, ଗୋକୁଳାନନ୍ଦ ଶତପଥୀ, ସୁନୀଲ କୁମାର ରଥ, ସୌମ୍ୟରଂଜନ ମିଶ୍ର, ଗଗନ ଆଚାର୍ଯ୍ୟ, ସନ୍ତୋଷ କୁମାର ମିଶ୍ର, ବଳରାମ ତ୍ରିପାଠୀ, ସୌରଭ ମିଶ୍ର ଯୋଗଦାନ କରି ଯଜ୍ଞ ମଣ୍ଡପ ରେ ଉପସ୍ଥିତ ଥିବା ବେଳେ ସଭାପତି ଜମ୍ବେଶ୍ୱର ଶତପଥୀ ସମ୍ପାଦକ କୁମୁନ୍ଦ ଚନ୍ଦ୍ର ମିଶ୍ର ଙ୍କ ତତ୍ୱାବଧାନ ରେ ଗୀତାଯଜ୍ଞ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଷୋଳପଦା ଅଞ୍ଚଳ ବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *