ଜଗତସିଂହପୁର ଜିଲ୍ଲାରେ ଗୋ ଚାଲାଣ କାରୀ ରାକେଟ ସକ୍ରୀୟ

ଜଗତସିଂହପୁର ଜିଲ୍ଲାରେ ଗୋ ଚାଲାଣ କାରୀ ରାକେଟ ସକ୍ରୀୟ ଜଗତସିଂହପୁର ଜିଲ୍ଲାରେ ଗୋ ଚାଲାଣ କାରୀ ରାକେଟ ସକ୍ରୀୟ ରହିଛନ୍ତି।ଏବେ ଏହି ବଡ଼ଧରଣର ମାଫିଆଙ୍କ ସହ କିଛି ନିଶାସକ୍ତ ଯୁବକ ହାତ ମିଳାଇଛନ୍ତି ।ଏମାନେ ମଦ, ବ୍ରାଉନ ସୁଗାର, ଗଞ୍ଜେଇ ସେବନ କରିବା ପାଇଁ ଗୋ ସମ୍ପଦ ପ୍ରତି ଘାତକ ହୋଇପଡିଛନ୍ତି । ବିଶେଷ କରି ଗାଁ ଗହଳିରେ ବୁଲୁଥିବା ଷଣ୍ଢ,ଗାଇ, ବଳଦ, ବାଛୁରୀ, ମାନଙ୍କ କୌଶଳରେ ହାତକୁ ଟେକି ଦେଇଥିବାର ଅଭିଯୋଗ ହେଉଛି। ଅନ୍ୟପଟେ କଲେଜ ଛକ, ଚର୍ଚ୍ଚିକା ବଜାର ସାନବଜାର, ଏବଂ ହାଟ ବଜାର ସ୍ଥିତ ମଝି ରାସ୍ତାରେ ଷଣ୍ଢ, ଗାଇ, ବାଛୁରୀ,ବଳଦ ପଲ ପଲ ହୋଇ ବୁଲୁଛନ୍ତି। ଏଥିରେ ରାସ୍ତାରେ ଯାଉଥିବା ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୁର୍ଘଟଣା ହେବା ସହିତ ଷଣ୍ଢ ସହିତ ଲୋକ ମାନଙ୍କ ଦୁର୍ଘଟଣା ଘଟୁଛି ବା ଆଗକୁ ଅଧିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲା ମାନଙ୍କରେ କାଞିଆ ବୁଦା ଥିବା ବେଳେ ଆମ ଜିଲ୍ଲା ପୌରାଞ୍ଚଳ ରେ କାଞିଆ ବୁଦା ର ପୌର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେଇ ପାରିନାହିଁ। ଦିଗରେ ପଦକ୍ଷେପ ଗ୍ରହଣ କରିବା ପ୍ରସାଶନକୁ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଦାବି କରିଛନ୍ତି। ବୁଲା ଗାଇ,ଗୋରୁ, ଷଣ୍ଢ କୁ ଅତି ନୃଶଂସ ଭାବେ କୋଲକାତା ଚାଲାଣ କରାଯାଉଥିବାରୁ ଅଭିଯୋଗ କରିଛନ୍ତି ସଂଗଠନ ସଭାପତି ଜଗନ୍ନାଥ ବେହେରା।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *