ଦେବଦର୍ହା


 ଡ. ପ୍ରେମାନନ୍ଦ ବେହେରା

ଘଞ୍ଚ ବନଭୂମି ସବୁଜ ବନାନୀ
ପ୍ରାକୃତିକ ଶୋଭାରାଜି
ଦୁର୍ଗମ ସୁଉଚ୍ଚ ଝାଞ୍ଜ ବକ୍ଷ ଭେଦି
ବହୁଛି ସୁରଙ୍ଗୀ ନଦୀ ।।

ଛତିଶଗଡ଼ରୁ ଆସି ଓଡ଼ିଶାରେ
ବହୁଅଛି ନିରନ୍ତର
ପ୍ରପାତରୁ ଲମ୍ଫ ପ୍ରଦାନ କରୁଛି
ଦେବଦର୍ହା ନାମ ତାର ।।

କୁଳୁ କୁଳୁ ନାଦେ ପ୍ରବାହିତ ହୁଏ
ଧୀର ମନ୍ଥର ତା’ ଗତି
ଅକାତ ଗଭୀର ପୂର୍ଣ୍ଣ ଜଳ ଗଣ୍ଡ
ମନେ ଆଣିଦିଏ ଭୀତି ।।

ଏକ ପାର୍ଶ୍ଵ ଛନ୍ତି ଶ୍ରୀଧବଳେଶ୍ଵର
ସୁନ୍ଦର ମନ୍ଦିର ଗର୍ଭେ
ଆନ ପାର୍ଶେ ଛିଡା ନିଶ୍ଚଳ ପର୍ବତ
ମନୋରମ ଦୃଶ୍ୟ ସାଜେ ।।

ମନ୍ଦିର ପ୍ରାଙ୍ଗଣେ ଜୀବନ୍ତ ଦିଶୁଛି
ମାର୍ବଲ ବୃଷଭ ମୂର୍ତ୍ତି
କିମ୍ବଦନ୍ତୀ କହେ ମହାବଳ ବାଘ
ଝାମ୍ପିଥିଲା ଆସି ରାତି ।।

ବୋଡ଼ାସମ୍ବରର ଶୈବକ୍ଷେତ୍ର ପୀଠ
ସାରା ଅଞ୍ଚଳରେ ଖ୍ୟାତ
ନିଜ ମନସ୍କାମ ପୂରଣ ନିମନ୍ତେ
ଆସିଥାନ୍ତି ବହୁ ଭକ୍ତ ।।

ବହୁ ପୁରାତନ ପବିତ୍ର ଏ ସ୍ଥାନ
ମନେ ଦେଇଥାଏ ଶାନ୍ତି
ଥରେ ମାତ୍ର ଆସି ଦର୍ଶନ ମାତ୍ରକେ
ଏ ଜନ୍ମରୁ ମିଳେ ମୁକ୍ତି ।।

ପ୍ରଧାନ ଶିକ୍ଷକ, ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା,
ପଦ୍ମପୁର, ଜିଲ୍ଲା – ବରଗଡ଼

Leave a Reply

Your email address will not be published. Required fields are marked *