ଆ ଖିଲିପାନ ବଣକୁ ଯିବା
ଶୀର୍ଷକ _ଆ ଖିଲିପାନ ବଣକୁ ଯିବା
ରୀତାରାଣୀ ଦାଶ
ବାଲେଶ୍ୱର
ଯେଉଁଠାରେ ପ୍ରେମ ଜଡିତ ହୋଇଛି
ସବୁଜ ବନାନୀ ହୋଇଛି ଧରା
ପ୍ରକୃତିର ଶାନ୍ତି ଉପଭୋଗ କରି
ପ୍ରେମ ମନ୍ଦିରରେ ଘର କରିବା
ଆ ଖିଲି ପାନ ବଣକୁ ଯିବା……|
ପାନର ବାସ୍ନାରେ ମଧୁର ବାୟୁରେ
ଇନ୍ଦ୍ରିୟାନୁଭୂତି ରେ ଆନନ୍ଦ ନେବା
ପ୍ରେମମୟ ଏହି ନୀରବ ଅରଣ୍ୟ
ତୋର,ମୋର ଖୁସି ମଜା କରିବା
ଆ ଖିଲି ପାନ ବଣକୁ ଯିବା…. |
ପ୍ରେମ ଆନନ୍ଦର ରତ୍ନର ଭଣ୍ଡାର
ପ୍ରକୃତି କୋଳରେ ତା ଗନ୍ତାଘର
ଝରଣା ଜଳର କୁଳୁ କୁଳୁ ରବେ
ମଧୁର ମୋହରେ ଆତ୍ମା ଭିଜିବା
ଆ ଖିଲି ପାନ ବଣକୁ ଯିବା…… |
ସବୁଜ କୁଞ୍ଜର ଘାସ ଗାଲିଚାରେ
ପ୍ରେମ ସୌନ୍ଦର୍ଯ୍ୟର ଚିତ୍ର ଆଙ୍କିବା
ତୁ ମୋର ପ୍ରାଣ, ତୁ ମୋ ଜୀବନ
ପରସ୍ପର ଆଲିଙ୍ଗନ କରିବା
ଆ ଖିଲି ପାନ ବଣକୁ ଯିବା…… |
