ଇଣ୍ଡୋ-ନେପାଳ ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ
ଇଣ୍ଡୋ-ନେପାଳ ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ପାଇଥିବା ସୁମିତଙ୍କୁ ଯାଜପୁର ରୋଡ ରେଳ ଷ୍ଟେସନରେ କ୍ରୀଡ଼ାବିତଙ୍କ ପକ୍ଷରୁ ସମ୍ବର୍ଦ୍ଧନା*ବ୍ୟାସନଗର ପୌରାଞ୍ଚଳ କୁସୁନପୁର ସ୍ଥିତ ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ସୁମିତ ସିଂହ ଇଣ୍ଡୋ-ନେପାଳ ଠାରେ ଶହେ ମିଟର ଦୌଡ଼ରେ ଚାମ୍ପିଅନ୍ ହୋଇଛନ୍ତି l ନେପାଳର ପୋଖରା ଗ୍ରାଭେଡ୍ରେ ଅନୁଷ୍ଠିତ ଇଣ୍ଡୋ-ନେପାଳ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରି ସୁମିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ, ଆଡମିନ ମୁଖ୍ୟ ନିର୍ମଳ କୁମାର ରଣା, ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି l ସେପଟେ ଏହି ସଫଳତା ପାଇବା ପରେ ଆଜି ବ୍ୟାସନଗରରେ ପହଂଚିଛନ୍ତି ସୁମିତ l ତେବେ ସୁମିତ ବ୍ୟାସନଗର ସ୍ଥିତ ଯାଜପୁର ରୋଡ ରେଳ ଷ୍ଟେସନରେ ପହଂଚିବା ପରେ ପିତା ଜିତେନ୍ଦ୍ର ସିଂ, ସମାଜସେବୀ ଜେ. ପି. ଶ୍ରୀବାସ୍ତବ ଙ୍କ ସମେତ ଅନେକ କ୍ରୀଡ଼ାବିତ ସମର୍ଦ୍ଧିତ କରିବା ସହିତ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ l ସେପଟେ ସୁମିତ ଙ୍କ ମାତା ନିକି ସିଂ ଙ୍କ ସମେତ ସେ ରହୁଥିବା କଲୋନୀ ରେ ଖୁସି ର ଲହରୀ ଖେଳିଯାଇଥିଲା l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter
