ଭକ୍ତଙ୍କ ମୃତ୍ୟୁକୁ ନେଇ ଦୁଇ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ଗୋପ ବ୍ଲକ ବିଜେଡ଼ି କର୍ମୀ l
ଗୋପ ୩୦/୦୬/୨୫ ( ତୀର୍ଥ କ୍ଷେତ୍ର) ଚଳିତ ବର୍ଷ ଶ୍ରୀକ୍ଷେତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ପରିଚାଳନା ଗତ ତ୍ରୁଟି ଯୋଗୁଁ ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ନ ଗଡ଼ିବା l ରବିବାର ଭୋରୁ ଦଳାଚକଟାରେ ୩ଜଣ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଗୋପ ବିଜେଡ଼ି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିବୃତ୍ତି ଅନୁଯାଇ ଏଥର ରଥଯାତ୍ରା ସ୍ମରଣୀୟ ହେବ ବୋଲି ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କ ମନରେ ଆଶ୍ୱାସନା ଦେଇହିଲେ l କିନ୍ତୁ ଏମିତି କିଛି ଅଘଟଣ ଘଟିବ ତାହା କେହିଁ ଭାବିନଥିଲେ l ଭକ୍ତ ଙ୍କ ସୁବ୍ୟବସ୍ତ ନିମନ୍ତେ ପୂର୍ବନିର୍ଦ୍ଧାରିତ ଆବଶକୀୟ ବନ୍ଦୋବସ୍ତ କରିବାରେ ବିଫଳ ହୋଇଛନ୍ତି ଲଯାହାଫଳରେ କୀ ଶତାଧିକ ଭକ୍ତ ଆହତ ହେଵା ସହିତ ମୃତ୍ୟୁ ବାରଣ କରିଥିଲେ l ତାର ପ୍ରତିବାଦ ରେ ରବିବାର ସନ୍ଧ୍ୟା ରେ ଗୋପ ବଜାର ଛକ ଉପରେ ବିଜେଡ଼ି ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ପୁତ୍ତଳିକା ଦାହ କରିଥିଲେ l ବିଜେପି ସରକାର ଭକ୍ତଙ୍କ ଭାବାବେଗ, ବିଶ୍ୱାସରେ ବିଷ ଦେଇଛି। ଏଣୁ ନୈତିକତା ଦୃଷ୍ଟିରୁ ଏ ଦୁଇଜଣ ଇସ୍ତଫା ଦେବା ଦରକାର କହି ଗୋପ ବ୍ଲକ ର ବିଜେଡ଼ି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛି। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଦଳାଚକଟାରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସରକାର ନିଜ ମୁଣ୍ଡରୁ ଦୋଷ ହଟାଇବା ପାଇଁ ଜିଲ୍ଲାପାଳ ଓ ଏସ.ପିଙ୍କୁ ତରବରିଆ ଭାବରେ ବଦଳିକରି କିଛି କର୍ମଚାରୀଙ୍କୁ ନିଲମ୍ବନ କରିଛି। ଏ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ହାସ୍ୟାସ୍ପଦ। ଗୋପ ବ୍ଲକ ବିଜେଡି ଏହାକୁ ତିବ୍ର ବିରୋଧ କରିବା ସହିତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥୁରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରିଛି। ଏହାର ନେତୃତ୍ୱ ନେଇଥିଲେ ଗୋପ ବ୍ଲକ ର ପୂର୍ବତନ ବ୍ଲକ ଉପାଧକ୍ଷ ନିରଞ୍ଜନ ମହାପାତ୍ର, ସଂଗ୍ରାମ, କୁନା, ଗୋଲାମ, ବାବୁ, ବିପିନ, ରମେଶ, ଅନ୍ୟାନ୍ୟ ଶତାଧିକ କର୍ମୀ l
