ସର୍ବ ଭାରତୀୟ ଭଲିବଲ ଖେଳରେ କୃତିତ୍ୟ ଅର୍ଜନ କଲେ ଗୋପ ମାଟିର ପୁଅ ଅନିଲ l

ପୁରୀ ଜିଲ୍ଲାର ଗୋପ ବ୍ଲକ୍ ଅନ୍ତର୍ଗତ ଗୋପ ପଞ୍ଚାୟତ ର ବାୟାକୁଦା ଗ୍ରାମର ପୁଅ ଅନିଲ କୁମାର ସେନାପତିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସର୍ବ ଭାରତୀୟ ଭଲି ବଲ୍ ଖେଳରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ନିଜର ସର୍ବୋତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ସମେତ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ଆଣିଛନ୍ତି ଅନିଲ। ଆଜି ସକାଳ 11 ଟା ରେ କୁସୁପୁର ରାମେଶ୍ୱର ମନ୍ଦିର ଠାରୁ ଅନିଲଙ୍କୁ ଗୋପ ଆଥଲେଟିକ ଆସୋସେଶନ ଗୋପ ନିଗମାନନ୍ଦ ହାଇସ୍କୁଲ ଏବଂ ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ଭବ୍ୟ ସ୍ଵାଗତ କରିବା ସହିତ, ଶତାଧିକ ଯୁବକମନେ ଏକାଠି ଡିଜେ ବାଣ ବାଜା ରୋଷଣୀ ଦ୍ଵାରା ନିଜ ବାସଭବନ କୁ ପାଛୋଟି ଆଣିଥିଲେ l

ଅବସରରେ ଆଥଲେଟିକ ଆସୋସିଏସନ୍ ର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ, ଶୁବେନ୍ଧୁ ପୃଷ୍ଠି କାମାକ୍ଷା ଦଳବେହେରା, ରାଜ ସାର, ସୁବାସ ସାର, ସାମ୍ବାଦିକ ମୃତ୍ୟୁଞ୍ଜୟ ମହାପାତ୍ର ବିଭୁତି ଭୂଷଣ ପଟ୍ଟନାୟକ ପ୍ରଭୁତି ସଦସ୍ୟ ମାନେ ଏକତ୍ରିତ ହୋଇ ଏକ ଖୋଲା ଜିପ୍ ଓ ବାଇକି ରେ ଶୋଭାଯାତ୍ରା ମାଧ୍ୟମରେ ବଜାର ପରିକ୍ରମା କରାଇ ନିଜ ଘର ପର୍ଯ୍ୟନ୍ତ ନେଇଥିଲେ। ଆଗାମୀ ଦିନରେ ଅନିଲ ଭାରତୀୟ ଟିମ୍ ପକ୍ଷରୁ ଅଂଶ ଗ୍ରହଣ କରିବାର ଲକ୍ଷ ରଖିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *