୨ ଆସାମୀ ସହିତ ସାମ୍ବାଦିକ ଙ୍କ ବାଇକି କୁ ଉଦ୍ଧାର କରିଛି ଗୋପ ପୋଲିସ l
ଗୋପ :୦୨/୦୮/୨୫ ( ତୀର୍ଥ କ୍ଷେତ୍ର) ଗୋପ ପୋଲିସ ର ନିଦ ହଜାଇଥିବା ୨ କୁଖ୍ୟାତ ଅପରାଧୀ ଙ୍କୁ ଧରିବାରେ ସାମର୍ଥ୍ୟ ହୋଇଥିବାରୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ପ୍ରଶଂସା ର ସୁହ ଛୁଟିଛି l ସମ୍ପର୍ଣ୍ଣ ଖବର ଟି ହେଉଛି ଗୋପ ଥାନା ଅଧିନସ୍ତ ସୋରିଷଈଆପଦା ଗ୍ରାମର ମନୋଜ ଦାସ ଙ୍କ ଦୋକାନ କୁ ଭାଙ୍ଗି ସମସ୍ତ ସାମଗ୍ରୀ ଓ ଟଙ୍କା ଚୋରୀ ହୋଇଥିଲା l ସିସିଟିଭି ର ପୁଟେଜ କୁ ଆଧାର କରି ଅଭିଯୁକ୍ତ ଗୋପ ପୋଲିସ ଧରିବାରେ ସକ୍ଷମ ହୋଇଥିଲା l କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହିଁ ରାତିରେ ରେ ବାତରୁମ ର ସ୍କାଇଲାଇଟ ଭାଙ୍ଗି ୨ ଜଣ ଚୋର କେଉଁଆଡେ ପଳାଇଥିଲେ l ଯିବା ସମୟରେ ଓଡିଶା ଏକ୍ସପ୍ରେସ ର ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ ଙ୍କ ଏକ ବାଇକି କୁ ଚୋରୀ କରିନେଇଥିଲେ l ତାର ୨ ଦିନ ପରେ ଭୁବନେଶ୍ୱର ର ମଞ୍ଚେଶ୍ୱର ଅଞ୍ଚଳ ରୁ ୨ ଜଣ ଚୋର ବାଇକ କୁ ଗୋପ ପୋଲିସ ଧରିବାରେ ସଫଳ ହୋଇଥିଲେ l ଶ୍ରୀଯୁକ୍ତ ଗୋଛାୟତ ଙ୍କ ବାଇକି କୁ ସୁରକ୍ଷିତ ଉଦ୍ଧାର କରିଥିବା ରୁ ଗୋପ ପୋଲିସ ର ସମସ୍ତ ଷ୍ଟାଫ୍ ଙ୍କୁ ଗୋପ ପ୍ରେସ କ୍ଳବ ଓ ସାମ୍ବାଦିକ ସଙ୍ଘ ପକ୍ଷରୁ ଅଶେଷେ ଅଶେଷ ଧନ୍ୟବାଦ ଜ୍ଞାପନ ରାଯାଇଛି l ଥାନା ହାଜତ ରୁ ଆସାମୀ କୌଶଳକ୍ରମେ ଖସିଯିବା ଓ ବାଇକି ଚୋର କୁ ଧରିବାରେ ଗୋପ ଥାନା ପ୍ରଥମ କରି ଇତିହାସ ସୃଷ୍ଟି କରିଛଇ l ସେଥିପାଇଁ ଅଞ୍ଚଳ ବାସୀ ଭତ୍ସରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ପଡ଼ିହାରୀ, ଙ୍କ ଠାରୁ ହୋମ ଗାର୍ଡ ଙ୍କ ପର୍ଯ୍ୟନ୍ତ ସମସ୍ତିଙ୍କୁ ସାଧୁବାଦ ଜଣାଇଛନ୍ତି ଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବା କୋପ ଦୁଷ୍ଟି ପଡିବା ପୂର୍ବରୁ ଗୋପ ପୋଲିସ କୁ ଆଶକ୍ତି ମିଳିଛି l
