ଜାରକା ଗୋମାତା ସଂଗଠନ ତରଫରୁ ଗୋପାଷ୍ଟମୀ ଉତ୍ସବ ପାଳନ

ଜାରକା ଗୋମାତା ସଂଗଠନ ତରଫରୁ ଗୋପାଷ୍ଟମୀ ଉତ୍ସବ ପାଳନ ଧର୍ମଶାଳା– ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ମହୋତ୍ସବ ପଡିଆ ପରିସରରେ ଜାରକା ଗୋମାତା ସଂଗଠନ ପକ୍ଷରୁ ଗୋପାଷ୍ଟମୀ ପର୍ବ ପାଳନ କରାଯାଇଛି।ଜାରକା ଗୋମାତା ସଂଗଠନର ସଭାପତି ବାମଦେବ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ଧର୍ମଶାଳା ବିଧାୟକଙ୍କ ମା ସମାଜ ସେବି ଶ୍ରୀମତୀ ମିନତୀ ସାହୁ ଯୋଗଦେଇଥିବା ବେଳେ ମୂଖ୍ୟବକ୍ତା ଭାବରେ ସିଦ୍ଧଗିରି ଆଶ୍ରମର ବାବା ବିଶ୍ୱନାଥ ଦାସ ମହାରାଜ, ସମ୍ମାନିତ ଅତିଥି ଭାବରେ ମୂନୀବାବା ଆଶ୍ରମର ଜ୍ଞାନେନ୍ଦ୍ର ସରସ୍ୱତୀ ମହାରାଜ, ଦେଓଦା ମଠର ମଠାଧିସ,ଗୋମାତା ସଂଗଠନର ସଂପାଦକ ନିଷ୍କାନ୍ତ ଖଟୁଆ ଓ କାହ୍ନ ଚରଣ ଦାସ ଯୋଗ ଦେଇ ଗୋମାତା ସୁରକ୍ଷା ସମ୍ବୋର୍ଦ୍ଧରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଗୋମାତା ସେବା କରୁଥିବା ଓଡିଶାର ବିଭିନ୍ନ ସଂଗଠନକୁ ସମ୍ବୋର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସଂଗଠନର ପିତବାସ ନାୟକ,ପ୍ରକାଶ ଗୋଛାୟତ,ରାଜେଶ ପାଳ ଓ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *