ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁ ର ପ୍ରଥମ ବୈଠକ

ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁ ର ପ୍ରଥମ ବୈଠକ , ଶେରଗଡ ପ୍ରଶାସନିକ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ ।
ହିଞ୍ଜିଳିକାଟୁ ୯/୩/୨୬ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଓ ହିଞ୍ଜିଳି ବ୍ଲକର କାର୍ଯ୍ଯରତ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ରାଜ୍ୟ ଭଏସ ଅଫ ମିଡିଆ ଦ୍ବାରା ଅନୁବନ୍ଧିତ ଗୋପବନ୍ଧୁ ପ୍ରେସକ୍ଲବର ସଦସ୍ୟମାନେ ଶେରଗଡ଼ ବ୍ଳକର ବରମୁଣ୍ଡଳି ପଞ୍ଚାୟତର ଶିବ ମନ୍ଦିର ପରିସରରେ ପ୍ରଥମ ସାଂଗଠନିକ ବୈଠକ କରାଯାଇଛି । ବିଶ୍ୱର ୫୭ଟି ଦେଶରେ କାର୍ଯ୍ୟ କରୁଥିବା ଭଏସ୍ ଅଫ୍ ମିଡିଆ ଏବଂ ଭି.ଓ.ଏମ୍. ଆନ୍ତର୍ଜାତୀୟ ଫୋରମ୍ ସାମ୍ବାଦିକଙ୍କ ପାଇଁ ବିଶ୍ୱ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବା ଡକ୍ଟର ପ୍ରଭାତ କୁମାର ମିଶ୍ର ମୁଖ୍ୟ ରାଜ୍ୟ ସଭାପତି ଓଡ଼ିଶାର ନିଯୁକ୍ତି ଆମ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଉଦ୍ଦେଶ୍ୟରେ ଭଏସ୍ ଆଫ୍ ମିଡିଆ ହିଞ୍ଜିଳି ଶାଖାର ସଦସ୍ୟ ମାନେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ଶେରଗଡ ପ୍ରଶାସନିକ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ସହିତ ଭଏସ୍ ଆଫ ମିଡିଆର ସଭ୍ଯମାନେ ତହସିଲଦାର ତ୍ରିଦେବ ରଥ, ଗୋଷ୍ଠୀ ଉନ୍ନୟନ ଅଧୂକାରୀ ମିସ୍ ତୃପ୍ତିମୟୀ ଜେନା ଓ ଥାନା ଆଇ ଆଇ ସି ବରେନ୍ଦ୍ର ଶିଆଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସାକ୍ଷାତକାର ସମୟରେ ମିଡିଆ ପ୍ରତିନିଧିମାନେ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ଅଂଶୀଦାର ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ସୂଚନା ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଥିଲା । ଯୋଗ୍ଯ ହିତାଧିକାରୀମାନେ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ କେହି ବ୍ଯକ୍ତି ବଞ୍ଚିତ ନରହୁ ବୋଲି ଗୋପବନ୍ଧୁ ସଂଘ ହିଞ୍ଜିଳିକାଟୁ ତରଫରୁ ଅନୁରୋଧ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗୋପବନ୍ଧୁ ସାମ୍ବାଦିକ ସଂଘର ସଭାପତି ରଞ୍ଜିତ କୁମାର ପୋଲାଇ , ଉପସଭାପତି ରାମକୃଷ୍ଣ ପାଣି, ସାଧାରଣ ସମ୍ପାଦକ ରଘୁନାଥ ଆଚାର୍ଯ୍ୟ, ସହସମ୍ପାଦକ କୃଷ୍ଣ ଚନ୍ଦ୍ର ସାମନ୍ତରାୟ, କୋଷାଧ୍ୟକ୍ଷ ଗୌରହରି ସାବତ, ଉପଦେଷ୍ଟା ଦିଲୀପ କୁମାର ତ୍ରିପାଠୀ, କାର୍ଯ୍ୟ ନିର୍ବାହୀ ସଦସ୍ୟ ବାପୁନି ସେଠୀ, ସୀମାଞ୍ଚଳ ନାହାକ, ପୀତବାସ ପ୍ରଧାନ, ଜଗତ କୁମାର ସାହୁ ପ୍ରମୁଖ ସଭ୍ଯ ପ୍ରିୟବ୍ରତ ପଣ୍ଡା, ରାଜେଶ କୁମାର ସାହୁ ଉପସ୍ଥିତ ଥିଲେ। । କୋଷାଧ୍ୟକ୍ଷଙ୍କ ଦ୍ବାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ୨୦ରୁ ଉର୍ଦ୍ଧ୍ବ ଶେରଗଡ ଅଞ୍ଚଳର ସମାଜସେବୀଙ୍କ ସାମୂହିକ ପ୍ରସାଦ ସେବନ କରି ଭଗବାନଙ୍କ ଆଶିଷ ଭିକ୍ଷା କରାଯାଇ ଥିଲା। ଉକ୍ତ ବୈଠକରେ ଯୋଗଦାନ କରିଥିବା ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ, ସୁରକ୍ଷା, ସାମ୍ବାଦିକ ଅଧିକାର ସୁରକ୍ଷା, ଏବଂ ଡିଜିଟାଲ ମିଡିଆରେ କାର୍ଯ୍ୟଦକ୍ଷତା ବୃଦ୍ଧି ଭଳି ଅନେକ ସୁବିଧା ମିଳିବ ଓ ସାମ୍ବାଦିକଙ୍କ ଅଧିକାର, ସ୍ୱାଧୀନ ଓ ନିରପେକ୍ଷିତା ସାମ୍ବାଦିକତା ଉପରେ ଆଜିର ବୈଠକରେ ଆଲୋଚନା କରାଯାଇଥିଲା । ଗୋପବନ୍ଧୁ ପ୍ରେସ କ୍ଲବର ସଭ୍ୟମାନେ ଏହି ଅନୁବନ୍ଧକୁ ସ୍ୱାଗତ କରି ଆଗାମୀ ଦିନରେ ସାମ୍ବାଦିକତାର ମାନ ଉନ୍ନତ କରିବା ସହ ସମାଜର ସେବାମୂଳକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *