ମାର୍ଚ୍ଚ ୨୭ ରୁ ଗୋପ ଲୋକ ଉତ୍ସବ ଆରମ୍ଭ ଏପ୍ରିଲ ୨ରେ ଶେଷ
ମାର୍ଚ୍ଚ ୨୭ ରୁ ଗୋପ ଲୋକ ଉତ୍ସବ ଆରମ୍ଭ ଏପ୍ରିଲ ୨ରେ ଶେଷ l ( ପ୍ରତେକ ସନ୍ଧ୍ୟାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ ) ( ୩୧ ରେ ଆତସାବାଜୀ ପ୍ରତିଯୋଗିତା )ଗୋପ ୨୫/୦୩/୨୫( ତୀର୍ଥ କ୍ଷେତ୍ର) ପୁରୀ ଜିଲ୍ଲାର ସର୍ବ ପୁରାତନ ତଥା ବ୍ରିଟିଶ ଅମଳର ସାଗରସାନ୍ନ ମେଳନ କେଉଁଟା ବରୁଣୟୀ ସ୍ନାନ ତିଥିରେ ରେ ହି ପଡିଥାଏ l ପରବର୍ତ୍ତୀ ସମୟରେ ତାହା ଗୋପ ଲୋକ ଉତ୍ସବ ରେ ପରିଣତ ହୋଇଛି l ଆଗାମୀ ତା ୨୭ ତାରିଖ ଠାରୁ ଏପ୍ରିଲ ୨ ତାରିଖ ଦୀର୍ଘ ଏକ ସପ୍ତାହ ଧରି ଗୋପ ମେଳନ ମଣ୍ଡପରେ ବିଶିଷ୍ଟ ଅତିଥିବୃନ୍ଦଙ୍କ ଗହଣରେ ଯଥାବିଧି ଅନୁଷ୍ଠିତ ହେଵ ୨୭ ତାରିଖ ରେ ଗୋପ ଥାନା ପରିସରରେ ଏକ ବନ୍ଧୁମିଳନ ରାତ୍ରୀ ୮ ଘଟିକା ସମୟରେ ଶ୍ରୀ ଶ୍ରୀ ଗୋପାଳଜୀଉ ଙ୍କୁ ସାଙ୍ଗରେ ବାଜା ବାଣ ତୋଷଣୀ ରେ ମେଳନ ପଡିଆ କୁ ଠାକୁର ବିଜେ କରିବେ l ଏଥର ଶତାଧିକ ଠାକୁର ବିଭିର୍ନ୍ନ ପଞ୍ଚାୟତ ରୁ ଆସୁଥିବା ସୂଚନା ସମ୍ପାଦକ ଶ୍ରୀଯୁକ୍ତ ସତ୍ୟପ୍ରିୟ ନାୟକ ସୂଚିତ କରିଛନ୍ତି l ଲୋକ କଥା ଅନୁଯାୟୀ ଏହା ଗୋପ ର ମଧ୍ୟଭାଗାରେ ପ୍ରଭାହିତ କୁଶଭଦ୍ରା ନଦୀ କୂଳେ ପାରମ୍ପରିକ ରୀତି ନୀତି ଅନୁଯାୟୀ ଗୋପ ଥାନା ର ମୁଖ୍ୟ ଙ୍କ ତତ୍ୱବଧାନ ରେ କାର୍ଯ୍ୟକାରୀ ହୋଇଥାଏ l ପ୍ରଥମକି ପର୍ଯ୍ୟାୟରେ ୨୭ ରାତି ରେ ଜମାଣ ହେଵ ତା ପରଦିନ ମେଳନ ଆରମ୍ଭ ହେଵ l ଜମାଣ ରେ ଗୋପ ଥାନାପତି ଙ୍କୁ ରୋଷଣୀ କରି ଶ୍ରୀଗୋପାଳଜୀ ଙ୍କୁ ଆମନ୍ତ୍ରଣ କରାଯାଇଥାଏ l ପୁର୍ବ କାଳରୁ ଏହା ରୀତିନୀତି ଅନୁଯାୟୀ ପାଳିତ ହୋଇଥାଏ l ଏହାର ଇତିହାସ ପୃଷ୍ଠା କୁ ଯଦି ଆମେ ଯିବା ତେବେ ଜାଣିବା ବ୍ରିଟିଶ ଅମଳରୁ ଏହି ପରମ୍ପରା ଚାଲିଆସୁଅଛି l ଯଦିଓ ଏହା ବର୍ତମାନ ଲୋକ ଉତ୍ସବ ରେ ପରିଣତ ହେଲାଣି କିନ୍ତୁ ସ୍ଥାନୀୟ ପ୍ରଶାଣିକ ଅଧିକାରୀ ଏହାର ମୁଖ୍ୟ ଦାୟିତ୍ୱ ରେ ରହିଥାନ୍ତି l ଗୋପ ଓ ଏହାର ଆଖପାଖ ଅଞ୍ଚଳ ରୁ ହାଜର ହାଜର ସଂଖ୍ୟକ ଲୋକ ମାନେ ପ୍ରଥମେ ଏହି ମେଳନ ଉପରେ ନିର୍ଭର କରୁଥିଲେ l ଯଥା :- ବିଭାହ ବାର୍ଷିକ ଉତ୍ସବ ଆଦି ପାଇଁ ସମସ୍ତ ଘର ଉପକରଣ ସାମଗ୍ରୀ ଏଠାରେ ବିକ୍ରୟ ହୋଇଥାଏ l ପୂର୍ବରୁ ତାହା ମାସ ମାସଧରି ଚାଲିଥାଏ l କାଳକ୍ରମେ ବଜାର ର ସୃଷ୍ଟି ଓ ଅନ୍ୟାନ୍ୟ ସୁବିଧା ହେତୁ ଏହା ସତ ଦିନ ବ୍ୟାପୀ ବିଭିର୍ନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଏଠାରେ ଓଡିଶା ର ନାମିଦାମୀ ଯାତ୍ରା ପାର୍ଟି ତାଙ୍କର ନାଟକ ପରିବେଷଣ କରିଥାନ୍ତି l ଚଳିତ ବର୍ଷ ଓଡିଶା ର ଦୁଇଟି ସୁନାମଧନ୍ୟ ଅପେରା ତାଙ୍କ ନାଟକ ପରିବେଷଣ କରିବେ l ଏହାର ମୁଖ୍ୟ ଆକର୍ଷଣ ହେଉଛି ଅତସବାଜୀ ପ୍ରତିଯୋଗୀତା ଆସନ୍ତା ୩୧ ତାରିଖ ରାତ୍ରୀ ୯ ଘଟିକା ସମୟରେ ଆରମ୍ଭ ହେଵ l ଏଥିରେ ଚାରୋଟି ବାଣୁଆ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି l ଏଥିପାଇଁ ଗୋପ ଥାନା ପକ୍ଷରୁ ସମସ୍ତ ସୁରକ୍ଷା ସହିତ ଶାନ୍ତ ଶୃଙ୍ଖଳା କିପରି ହେଵ ସେଥିପାଇଁ ବିହିତ ପଦକ୍ଷେପ ପୂର୍ବରୁ ପ୍ରସ୍ତୁତ ହୋଇଛି ବୋଲି ଗୋପ ଥାନା ମୁଖ୍ୟ ତଥା ଗୋପ ଲୋକ ଉତ୍ସବ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଢିହାରୀ କହିଛନ୍ତି l ଉଦ୍ଘାଟନ ଉତ୍ସବ ୨୮ ତାରିଖ ସନ୍ଧ୍ୟା ୬:୩୦ ମିନିଟ ରେ ହେଵ l ଏଥିରେ ମୁଖ୍ୟ ଅତିଥିଭାବେ ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଠିକ ସେହିପରି ଜଗତସିଂହପୁର ସାଂସଦ ଡ଼l ବିଭୂପ୍ରସାଦ ତରାଇ ମୁଖ୍ୟବକ୍ତା ଭାବେ ଯୋଗ ଦେଉଛନ୍ତି l ସମ୍ମାନୀତ ଅତିଥିଭାବେ ବନରଞ୍ଜନ ପଟ୍ଟନାୟକ, ପ୍ରମୋଦ ରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ସୁଲୋଚନା ଦାସ, ଲିଲି ଦାସ, ଅଶ୍ୱନୀ କୁମାର ପଟ୍ଟନାୟକ, ଦେବାଶିଷ ଆଚାର୍ଯ୍ୟ, ସୂର୍ଯ୍ୟନାରାୟଣ ସେନାପତି, ୨୯ ତାରିଖ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ସମ୍ମାନିତ ଅତିଥିଭାବେ ଏସ ବି ଆଇ ଗୋପ ଶାଖା ପରିଚାଳିକା ରୋଜାଲିନ ପଣ୍ଡା l ୩୦ ତାରିଖ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ସମାଜସେବୀ ବିଲ୍ଲିପ ନାୟକ ଯୋଗ ଦେଉଥିବାବେଳେ ସମ୍ମାନିତ ଅତିଥିଭାବେ ଝୁନୁ ମଲ୍ଲିକ, ପୁଷ୍ପରାଣୀ ସ୍ୱାଇଁ, ମୋନାଲିସା ସେଠୀ, ନିରଞ୍ଜନ ମହାପାତ୍ର, ବିକ୍ରମ ନାୟକ l ୩୧ତାରିଖ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ସୁଧୀର କୁମାର ମହାନ୍ତି ବିଶିଷ୍ଟ ଆଇନୀଜୀବୀ l ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ମିନାକ୍ଷୀ ପୃଷ୍ଠି, ରଣଜିତ ସାହୁ, ବିଜୟ କୁମାର ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ୦୧/୦୪/୨୦୨୫ ସନ୍ଧ୍ୟାରେ କବି ସମ୍ମିଳନୀ ଅନୁଷ୍ଠିତ ହେଉଛି l ୦୨ /୦୪/୨୦୨୫ ସନ୍ଧ୍ୟାରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେଵ l ପ୍ରତେକ ସନ୍ଧ୍ୟାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ l
