କାଦୁଆ ଆଶ୍ରମ ରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ପୁରୀ ୯/୧୦ ସତ୍ୟବାଦୀ କାଦୁଆ ଆଶ୍ରମ ଠାରେ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ଓ ପୁରୀ ଜିଲ୍ଲା ସିନିୟର ସିଟିଜେନସ୍ ଫୋରମର ସହଯୋଗ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ, ଆଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ବରିଷ୍ଠ ନାଗରିକ ମାନଙ୍କ ର ସମାଜ ପ୍ରତି ଅବଦାନ ସମ୍ପର୍କରେ ମତ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବରିଷ୍ଠ ନାଗରିକ ମାନଙ୍କ ଅଭିଜ୍ଞତା, ଅନୁଭବ ଅତୁଳନୀୟ।ତାହାର ଉପଯୋଗ ସମାଜକୁ ଶୃଙ୍ଖଳିତ ଓ ସମୃଦ୍ଧ କରିଥାଏ ବୋଲି କହିଥିଲେ।ଗାନ୍ଧୀବାଦି ତଥା ଗାନ୍ଧୀଙ୍କ ଜୀବନୀ ଉପରେ ଏକାଧିକ ପୁସ୍ତକ ଲେଖିଥିବା ଲେଖକ ଗୌରାଙ୍ଗ ଚରଣ ପରିଡା ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସଙ୍କ ଜୀବନୀ,ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ,ଦେଶ ସ୍ବାଧୀନତା ପାଇଁ ଓ ସମାଜ ସଂସ୍କାର ପାଇଁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଉପ ସଭାପତି ବିରେନ୍ଦ୍ର ଭୂଷଣ ହୋତା ଅତିଥି ଙ୍କୁ ସ୍ବାଗତ,ସଂପାଦକ ଅମର ନନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପରାମର୍ଶ ଦାତା ହୃଷିକେଶ ମିଶ୍ର,ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସଂପାଦକ ଦେବେନ୍ଦ୍ର ଦାଶ,ଶିକ୍ଷାବିତ ବନମାଳୀ ବେହେରା, ଭୀମସେନ ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନାଗରିକ ମାନେ ବରିଷ୍ଠ ନାଗରିକ ଓ ଅନ୍ୟ ମାନଙ୍କର ବିବିଧ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *