ଗୋପାଳ ପୁର ଗ୍ରାମପଞ୍ଚାୟତ କଂଗ୍ରେସ ଦଳ ର ବନ୍ଧୁମିଳନ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ରେ ଆଜି ଇଦ୍ରାକ୍ଷପୁର ଗ୍ରାମର ବାବା ବୁଲାଙ୍କେକେଶ୍ୱର୍ ଙ୍କ ପ୍ରାଙ୍ଗଣ ରେ ଜାତୀୟ କଂଗ୍ରେସ ଦଳ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା। ଏବଂ ଏକ ସଭା ଆୟୋଜନ କରାଯାଇଥିଲା ଏହି ସଭାରେ ଜାତୀୟ କଂଗ୍ରେସ ଦଳକୁ କିପରି ଗୋପାଳପୁର ଗ୍ରାମପଞ୍ଚାୟତ ରେ ଅଧିକ ରୁ ଅଧିକ ମଜଭୂତ କରିବା ସହ ଆଗାମୀ ରଣନୀତି ପାଇଁ ପ୍ରସ୍ତୁତ ହେବା ଭଳି ପ୍ରସଙ୍ଗ ରେ ଗୋପାଳପୁର ଗ୍ରାମପଞ୍ଚାୟତ କଂଗ୍ରେସ ଦଳର ପୂର୍ବତନ ସଭାପତି ଗଗନବିହାରି ସାହୁଙ୍କ ସଭାପତିତ୍ବରେ ଆରମ୍ଭ ହୋଇ ଥିଲା ଏହି

ସଭାରେ ଅମର ରଞ୍ଜନ ପଣ୍ଡା ,ରବୀନ୍ଦ୍ର ନାଥ ବିଶ୍ବାଳ,ବିଜୟ କୁମାର ସ୍ବାଇଁ , ତିର୍ତ୍ତୋଲ ବ୍ଲକ୍ ର ପୂର୍ବତନ ସମ୍ପାଦକ ସୁଭାଶିଷ ସ୍ଵାଇଁ, ସନ୍ତୋଷ ଶତପଥୀ, ଧୀରେନ୍ଦ୍ର ବିଶ୍ବାଳ, ସୁମିତ କୁମାର ରାଉତ, ଶ୍ୟାମ ସୁନ୍ଦର ଗିରି, ପ୍ରଶାନ୍ତ କୁମାର ସ୍ବାଇଁ, ପ୍ରଶାନ୍ତ ସ୍ଵାଇଁ, ବାବୁ ଓଝା , ବିପିନ୍ କୁମାର ପଣ୍ଡା ଙ୍କ ସମେତ ୪୦ରୁ ଉର୍ଦ୍ଧ କର୍ମୀ ମାନେ ଯୋଗ ଦେଇଥିଲେ।
