ଗୋପୀନାଥ ମହିଳା ଏସଏଚଜି ରାଜ୍ଯ ସ୍ତରକୁ ମନୋନୀତ।
ରଘୁନାଥପୁର:-ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ଗୋକୁଳପୁର ଗ୍ରାମର ଗୋପୀନାଥ ମହିଳା ଏସଏଚଜି ଜିଲ୍ଲାସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟସ୍ତରୀକୁ ମନୋନୀତ ହୋଇଛି।ଶୁକ୍ରବାର ଜଗତସିଂହପୁର ଠାରେ ଆୟୋଜିତ ଉତ୍ସବରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମ ହୋଇଥିବା ଗୋପୀନାଥ ମହିଳା ଏସଏଚଜି କୁ ମାନପତ୍ର ସହ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି।ଏହି ଏସଏଚଜି ବ୍ଲକସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଳାସ୍ତରକୁ ମନୋନୀତ ହୋଇଥିଲେ।ରଘୁନାଥପୁର ବ୍ଲକ ମିଶନଶକ୍ତି ବିଭାଗ ବିପିସି ଶଶାଙ୍କ ଶେଖର ସ୍ବାଇଁଙ୍କ ନେତୃତ୍ୱରେ ତାରପୁର ଜିପିଏଲଏଫ ସଭାନେତ୍ରୀ ସ୍ୱାତିସୂଚରିତା ମହାନ୍ତି, ମହିଳା ଗୃପ ପକ୍ଷରୁ ରାଜଲକ୍ଷ୍ମୀ ସିଂହ, ଆଲେସ୍କା ଆଞ୍ଜୋଲିନା ଓ କଳ୍ପନା ସିଂହ ପୁରସ୍କାର ଗ୍ରହଣ କରିଥିଲେ। ଆୟୋଜିତ ଉତ୍ସବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଳାପରିଷଦ ରବିନାରାୟଣ ଜେଠି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
