ଗୋରେଖନାଥ ପୀଠ।ଗେଟ ସମ୍ମୁଖରୁ ନିଷ୍କାସିତ ହୋଇପାରୁନି ବର୍ଷାଜଳ
ଗୋରେଖନାଥ ପୀଠ।ଗେଟ ସମ୍ମୁଖରୁ ନିଷ୍କାସିତ ହୋଇପାରୁନି ବର୍ଷାଜଳ।ଉତ୍କଟ ଗନ୍ଧରେ ନାକ ଫାଟି ପଡୁଛି।ଶ୍ରଦ୍ଧାଳୁଙ୍କ ଭକ୍ତିୟ ଭାବନାରେ ଆଘାତ।
ରଘୁନାଥପୁର:-୧/୮ଜଗତସିଂହପୁର ଜିଲ୍ଲା ରଘୁନାଥ ପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠ ମୁଖ୍ୟ ଗେଟ ସମ୍ମୁଖରୁ ନିଷ୍କାସିତ ହୋଇପାରୁନି ବର୍ଷାଜଳ। ପାଣି ଜମିରହି ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେବାସହ ଉତ୍କଟ ଗନ୍ଧରେ ନାକ ଫାଟି ପଡୁଛି।ଫଳରେ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ଭକ୍ତିୟ ଭାବନାରେ ଆଘାତ ପହଞ୍ଚାଉଛି।ଶ୍ରାବଣ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଆସନ୍ତା ରବିବାର ପୀଠରେ ପହଞ୍ଚିବାର ଥିବାରୁ ପରିବେଶ ପରିଷ୍କାର ପରିଚ୍ଛନ୍ନତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ଯେ କି ଗତ ୨୦୨୩ ମସିହାରୁ ପୀଠ ପରିସରରେ ଉନ୍ନତିମୂଳକ କାର୍ଯ୍ୟ ଜାରୀ ରହିଛି।ଚତୁର୍ପାଶ୍ୱରେ ଟାଇଲ ବିଛା ଯାଇଛି।ହେଲେ ପୀଠକୁ ଆସିବାକୁ ଥିବା ଦ୍ୱିତୀୟ ଗେଟ ସମ୍ମୁଖ ଭାଗର କିଛି ଅଂଶ ଟାଇଲ ପକାଜାଇନଥିବାରୁ ବର୍ଷା ପାଣି ଅନ୍ୟତ୍ର ନିଷ୍କାସିତ ହୋଇ ନପାରି ସେହି ସ୍ଥାନରେ ହିଁ ଜମି ରହୁଛି।ଲୋକମାନେ ବାଧ୍ୟ ହୋଇ ଉକ୍ତ ପଚାସଢା ପାଣି ଭିତର ଦେଇ ମନ୍ଦିର ଆଡକୁ ଯାଉଛନ୍ତି।ଦୀର୍ଘଦିନ ଧରି ଜମିରହିଥିବା ପାଣିରେ ଯାତାୟାତ କରୁଥିବା ଲୋକଙ୍କ ଗୋଡହାତ କୁଣ୍ଡେଇ ହେଉଥିବାର ଅଭିଯୋଗ ହେଉଛି।ଅନ୍ୟପକ୍ଷେ ଉକ୍ତ ପାଣିରେ ମଶାବଂଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି।ଶ୍ରାବଣ ମାସ ପୂର୍ବରୁ ଜଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥାନ୍ତା ତାହାଲେ ପ୍ରଭୁଙ୍କ ପୀଠ ପରିସର ପୁତ୍ତଗନ୍ଧମୟ ପରିବେଶ ସୃଷ୍ଟି ହୋଇନଥାନ୍ତା ବୋଲି ସ୍ଥାନୀୟ ଗ୍ରାମବାସୀ କ୍ଷଭୋ ପ୍ରକାଶ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବି ଓ ଶ୍ରଦ୍ଧାଳୁ ଭକ୍ତଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ହେଉଛି।ଦାୟୀତ୍ୱରେ ଥିବା ଆରଆଣ୍ଡବି ଯନ୍ତ୍ରୀ ବେଦବ୍ୟାସ ସ୍ବାଇଁଙ୍କ ପାଖରେ ଏ ସମ୍ପର୍କରେ ଖବର ନଥିବା ଏବଂ କଣ ହୋଇଛି ସେ ବୁଝିବେ ବୋଲି ପ୍ରକାଶ କରିଛନ୍ତି।
