ବଣ୍ଡାଘାଟି ପରିଦର୍ଶନ କଲେ ରାଜ୍ୟପାଳ
ବଣ୍ଡାଘାଟି ପରିଦର୍ଶନ କଲେ ରାଜ୍ୟପାଳ ———————————————ମାଲକାନଗିରି,୧୦/୯ଆଜି ଜିଲ୍ଲାର ସବୁଠାରୁ ପ୍ରାଚୀନ ଆଦିବାସୀ, ବଣ୍ଡl ମାନେ ବସବାସ କରୁଥିବା ମୁଡ଼ିଲିପଡ। ଗ୍ରାମ ପଞ୍ଚାୟତ ର ବଣ୍ଡାଘାଟୀ ଠାରେ , କୋରାପୁଟ ରୁ ଗୋଟିଏ ସ୍ବତନ୍ତ୍ର କାର ଯୋଗେ ଆସି ପହଞ୍ଚି ଥିଲେ ଖୋଦ୍ ରାଜ୍ୟପାଳ ଡଃହରିବାବୁ କମ୍ଭମ୍ ପାଟି। ଜିଲ୍ଳାର ପ୍ରବେଶ ଦ୍ଵାର ବୋଲାଉଥିବା ଗୋବିନ୍ଦପାଲି ଠାରେ ତାଙ୍କୁ ସ୍ବାଗତ ଜଣାଇ ନିକଟସ୍ଥ ଡାକ ବଙ୍ଗଳା କୁ ପାଛୋଟି

ନେଇଥିଲେ,ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକ।ମି , ଚିତ୍ରକୁଣ୍ଡ। ବିଧାୟକ ଶ୍ରୀ ମଙ୍ଗୁ ଖିଲ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟ ( ଭା ପ୍ର ସେ) , ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ (ଭା ପୁ ସେ),ଡ଼ି ଏଫ୍ ଓ, ସାଇ କିରନ୍ ଓ ଅନ୍ୟ ବିଶିଷ୍ଟ ଅଧିକାରୀ। ସେଠାରୁ ବଣ୍ଡ୍। ଅଧିବାସୀ ମାନେ ଅତିଥି ମାନଙ୍କୁ ସେମାନଙ୍କ ପାରମ୍ପାରିକ ଶୈଳୀରେ ନୃତ୍ୟ ଓ ସଙ୍ଗୀତ ସହ ପାଛୋଟି ନେଇଥିଲେ।ରାଜ୍ୟପାଳ ସେଠାରେ ଥିବା ସିତ।କୁଣ୍ଡ ଓ ଶ୍ରୀରାମ ମନ୍ଦିର ଦେଖି ବହୁତ ଆନନ୍ଦିତ ହେବା ସହ ଉପସ୍ଥିତ ଜିଲ୍ଲାପାଳ ଓ ଅନ୍ୟ ବିଶିଷ୍ଟ ଅଧିକାରୀ ମାନଙ୍କ ସହ ଏହି ଆଦିମ ଜନଜାତି ମାନଂକ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକ ସଂମ୍ପର୍କରେ ସବିଶେଷ ଆଲୋଚନା କରିଥଲେ।ଅନେକ ଦିନରୁ ସେଠାରେ କାର୍ଯ୍ୟରତ ବଣ୍ଡ। ଉନ୍ନୟନ ପ୍ରକଳ୍ପ ର କର୍ଯ୍ୟକ୍ରମ ଗୁଡିକ ସଂମ୍ପର୍କରେ ପଚାରି ବୁଝିବାସହସେମାନଙ୍କ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ହେଉଥିବା ସିଲାଇ ୟୁନିଟ୍, ବହୁମୁଖୀ ପ୍ରୋସେଶିଂ ୟୁନିଟ୍ ଗୁଡିକ ଦେଖିବା ସହ ସେମାନଙ୍କର ପାରମ୍ପରିକ ବସ୍ତ୍ର ଓ ଅଳଙ୍କାର ମାନ ମଧ୍ୟ ବୁଲି ଦେଖିଥିଲେ।ହିତାଧିକାରୀ ମାନଂକ ପାଇଁ ଥିବା ପି ଏ ମ୍ ଜନ ଧନ୍ ଯୋଜନା,ଆବାସ ଯୋଜନା ଆଦିର କାର୍ଯ୍ୟକରିତ। ଗୁଡିକସଂମ୍ପର୍କରେ ବୁଝିବା ସହ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ, ଯୁବ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ , ଆଶା କର୍ମୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ୧୫ ଜଣ ଆଦିମ ବଣ୍ଡ। ଓ ୧୧ ଜଣ ଦିଦ।ୟୀ ହିତାଧିକାରୀ ଙ୍କୁ ଜଙ୍ଗଳ ଜମି ପଟ୍ଟା ବଣ୍ଟନ କରିଥଲେ।ସେହିପରି ସମଜିକ ସୁରକ୍ଷା ଯୋଜନା ଅଧିନରେ ପରିବାର ମଙ୍ଗଳ ଯୋଜନା ରେ ଜନୈକ ହିତାଧିକାରୀ ଙ୍କୁ ୨୦,୦୦୦/- ର ଆର୍ଥିକ ସହାୟତା ରାଶି ସହ ମଧୁବାବୁ ପେନସନ ଯୋଜନାରେ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ।ସେଠାରେ ଥିବା କନ୍ୟାଶ୍ରମ ଓମଙ୍ଗଲ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟର ମଧ୍ୟ ପରିଦର୍ଶନ କରି ସେମାନଙ୍କର ସୁବିଧା ଅସୁବିଧା ଓ ବିଭିନ୍ନ ଭିତ୍ତିଭୂମି ବିଷୟରେ ଛାତ୍ର ଛାତ୍ରୀ ମାନଂକ ଠାରୁ ଜାଣିବାପାଇଁ ଚାହିଁ ଥିଲେଓ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନକରିଥିଲେ।ବି ଡି ଏ ଠାରେ ଆୟୋଜିତ ସଧାରଣ ସଭାରେ ଯୋଗଦେଇ ସେମାନଙ୍କୁ ଆଧିକ ରୋଜଗାରକ୍ଷମ କରିବା ପାଇଁ କୃଷି ସହ ଅଣ କୃଷି ,ଯେପରି ଗୋପାଳନ କିକ୍କୁଟ ଓ ଛେଳି ପାଳନ ଆଦି ବହୁ ଉପାଦେୟ ପନ୍ଥା ଅବଲମ୍ବନ କରିବାପାଇଁ କହିବା ସହ ଉପସ୍ଥିତ କର୍ତ୍ତୃପକ୍ଷ ମାନଙ୍କୁ ମଧ୍ୟ ଅନୁରୂପ ପରାମର୍ଶ ପ୍ରଦାନ କରିଥିଲେ। ଏସବୁ ସାରି ପରିଶେଷରେ ରାଜ୍ୟପାଳ ମହୋଦୟ ପ୍ରତ୍ୟାବର୍ତ୍ତନ କରିଥିଲେ।
