ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି41,863 କୋଟି ଟଙ୍କାର ଆନୁମାନିକ ନିବେଶ ସହ 33,791 ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନାଏହି କାର୍ଯ୍ୟକ୍ରମ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିଛି, ଫଳରେ ଘରୋଇ ଚାହିଦାର ଏକ ବଡ଼ ଅଂଶ ସ୍ୱଦେଶୀ ଉପାୟରେ ପୂରଣ ହୋଇପାରିବ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ, 2 ଜାନୁଆରୀଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ) ଅଧୀନରେ ଆହୁରି 22ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଦ୍ୱାରା 41,863 କୋଟି ଟଙ୍କା ନିବେଶ ସହିତ 2,58,152 କୋଟି ଟଙ୍କା ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଏହି ଅନୁମୋଦନ ଆନୁମାନିକ 33,791 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିପୂର୍ବରୁ ମନ୍ତ୍ରଣାଳୟ 12,704 କୋଟି ଟଙ୍କାର 24ଟି ପ୍ରକଳ୍ପକୁ ମଞ୍ଜୁର କରିଥିଲା।ଏହି ଅନୁମୋଦନଗୁଡ଼ିକ ମଧ୍ୟରେ 11ଟି ଲକ୍ଷ୍ୟ ଆଧାରିତ କ୍ଷେତ୍ର ଉତ୍ପାଦର ନିର୍ମାଣ ସାମିଲ ରହିଛି। ଏସବୁ ସାମଗ୍ରୀ ମୋବାଇଲ୍ ଉତ୍ପାଦନ, ଦୂରସଞ୍ଚାର, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ରଣନୀତିକ ଇଲେକ୍ଟ୍ରୋନିକ୍ସ, ଅଟୋମୋଟିଭ୍ ଏବଂ ଆଇଟି ହାର୍ଡୱେର୍ ଉତ୍ପାଦ ବିଭିନ୍ନ କ୍ଷେତ୍ରରେ ପ୍ରୟାସ କରାଯିବ। ଏସବୁ 11ଟି ଉତ୍ପାଦଗୁଡ଼ିକ ହେଲା: ପିସିବି, କାପାସିଟର, କନେକ୍ଟର, ଏନକ୍ଲୋଜର୍‌ ଏବଂ ଲି-ଆୟନ ସେଲ ଭଳି 5ଟି ଉପାଦାନ। କ୍ୟାମେରା ମଡ୍ୟୁଲ, ଡିସପ୍ଲେ ମଡ୍ୟୁଲ ଏବଂ ଅପ୍ଟିକାଲ ଟ୍ରାନ୍ସିଭର ଭଳି 3ଟି ସବ୍‌ ଆସେମ୍ବ୍ଲି, ଆଲୁମିନିୟମ ଏକ୍ସଟର୍ସନ, ଆନୋଡ୍‌ ମ୍ୟାଟେରିଆଲ ଏବଂ ଲାମିନେଟ୍‌ (କପର୍‌ କ୍ଲାଡ୍‌) ଭଳି 3ଟି ସପ୍ଲାଇ୍‌ ଚେନ୍‌।ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ପ୍ରତିଷ୍ଠା ହେବାକୁ ଥିବା ଏହି ୟୁନିଟଗୁଡ଼ିକ ଆନ୍ଧ୍ରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପ୍ରତିଷ୍ଠା କରାଯିବ। ଭୌଗଳିକ ଭାବେ ସନ୍ତୁଳିତ ଶିଳ୍ପ ବିକାଶ ଏବଂ ସାରା ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ବିସ୍ତାର ପ୍ରତି ଧ୍ୟାନ ଦେଇ ସରକାର ରାଜ୍ୟଗୁଡ଼ିକୁ ଚୟନ କରିଛନ୍ତି। ସଦ୍ୟତମ ପର୍ଯ୍ୟାୟ ଅନୁମୋଦନ ସହିତ ବର୍ତ୍ତମାନ ସୁଦ୍ଧା 11ଟି ରାଜ୍ୟରେ ଇସିଏମଏସ ଯୋଜନା ଅଧୀନରେ 46ଟି ଆବେଦନକୁ ମଞ୍ଜୁରି ମିଳିସାରିଛି। ଏହାଦ୍ୱାରା 54,567 କୋଟି ଟଙ୍କା ନିବେଶ ସହିତ 51,000 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି କାର୍ଯ୍ୟକ୍ରମ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିଛି । ଫଳରେ ଘରୋଇ ଚାହିଦାର ଏକ ବଡ଼ ଅଂଶ ସ୍ୱଦେଶୀ ଭାବରେ ପୂରଣ ହୋଇପାରିବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ବିଷୟରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଥିଲେ, 2047 ବେଳକୁ ଭାରତରେ ଏକ ଯୁବ ଜନସଂଖ୍ୟା ରହିଥିବ। ଅନ୍ୟପଟେ ଅନେକ ଅନ୍ୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ବନ୍ଦ ହୋଇଯାଇଥିବ। ସେ ଆହୁରି ମଧ୍ୟ କହିଥିଲେ, ଭାରତ ଏକମାତ୍ର ଅର୍ଥବ୍ୟବସ୍ଥା ହେବ ଯାହା 2100 ପର୍ଯ୍ୟନ୍ତ ଅଭିବୃଦ୍ଧି ଜାରି ରଖିବ ଏବଂ ତେଣୁ ସମସ୍ତ ଢାଞ୍ଚାଗତ ଭିତ୍ତିଭୂମି ସ୍ଥାପନ କରିବା ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ଵାରା ଅଭିବୃଦ୍ଧି ଜାରି ରହିବ।ଏହି ଅନୁମୋଦନଗୁଡ଼ିକ ଘରୋଇ ଯୋଗାଣ ଶୃଙ୍ଖଳାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବ। ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ଉପାଦାନ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ଏବଂ ଭାରତରେ ଉଚ୍ଚ-ମୂଲ୍ୟର ଉତ୍ପାଦନ କ୍ଷମତାର ଅଭିବୃଦ୍ଧିକୁ ସମର୍ଥନ କରିବ।ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା ଅଧୀନରେ ଏହି ଅନୁମୋଦନଗୁଡ଼ିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଯାତ୍ରାରେ ଏକ ସାହସିକ, ଭବିଷ୍ୟତମୁଖୀ ପଦକ୍ଷେପକୁ ପ୍ରତିଫଳିତ କରେ, ଯାହା ଭାରତକୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତ ଘନିଷ୍ଠ ଭାବରେ ସମନ୍ୱିତ।

Leave a Reply

Your email address will not be published. Required fields are marked *