ସରକାରୀ ସହକାରୀ ନର୍ସିଂ ମିଡୱାଇଫ ତାଲିମ କେନ୍ଦ୍ର

ପୁରୀ :- ୧୮/୧୧/୨୦୨୫ ନର୍ସିଂ ନିର୍ଦ୍ଦେଶାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ଆନୁକୂଲ୍ୟରେ ତଥା ସରକାରୀ ସହକାରୀ ନର୍ସିଂ ମିଡୱାଇଫ ତାଲିମ କେନ୍ଦ୍ର (ଏଏନ୍ଏମ୍ ଟ୍ରେନିଂ ସେଣ୍ଟର), ପୁରୀର ସହଭାଗିତାରେ ରାଜ୍ୟ ସ୍ତରୀୟ ଦୁଇ ଦିନର ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି |ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରରେ ବିସ୍ତୃତରେ ଅବଗତ କରାଇଥିଲେ । ନର୍ସିଂ ନିର୍ଦ୍ଦେଶକ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ ଓ ଡାକ୍ତର ଅମରେନ୍ଦ୍ର ସ୍ୱାଇଁ ମଧ୍ୟ କର୍ମଶାଳାରେ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ । ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଅଧକ୍ଷ ଡ. କୌଶିକ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅକ୍ଷୟ କୁମାର ଶତପଥି ଏବଂ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ | ଏହି କର୍ମଶାଳାର ମୁଖ୍ୟ ପ୍ରସଙ୍ଗ ନର୍ସିଂ ଶିକ୍ଷା ଏବଂ ସେବାରେ ନେତୃତ୍ୱର ବିସ୍ତାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ପରେ କାର୍ଯ୍ୟଭାର ଚାପ ପରିଚାଳନା, ଗୁଣବତ୍ତା ସେବା ବିଷୟରେ ମଧ୍ୟ ପୁଙ୍ଖନୁପୁଙ୍ଖ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଜାତୀୟ ସ୍ତର,ରାଜ୍ୟସ୍ତରର ଅନେକ ବିଖ୍ୟାତ ଶିକ୍ଷାବିତ (ନର୍ସିଂ ଶିକ୍ଷା) ତଥା ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକା ମାନେ ମଧ୍ୟ ଯୋଗଦାନଦେଇ ନର୍ସିଂ ଶିକ୍ଷା ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ | ସମସ୍ତ ଜିଲ୍ଲାର ନର୍ସିଂ ଶିକ୍ଷା ବିଜ୍ଞାନରେ ସ୍ନାତକ ଏବଂ ନର୍ସିଂ ଶିକ୍ଷା ବିଜ୍ଞାନରେ ମାଷ୍ଟର ଡିଗ୍ରୀର ମେଧାବୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୈୌକନ ସହିତ ପୁରସ୍କାର କରାଯିବା ସହିତ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ ମଧ୍ୟ କରାଯାଇଥିଲା । କର୍ମଶାଳାରେ ରାଜ୍ୟସ୍ତରୀୟ ଅନେକ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।ପୁରୀ ନର୍ସିଂ ମିଡୱାଇଫ ତାଲିମ କେନ୍ଦ୍ରର ଅଧ୍ୟାପିକା ମାନେ କର୍ମଶାଳାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ସରକାରୀ ସହକାରୀ ନର୍ସ ମିଡୱାଇଫ ତାଲିମ କେନ୍ଦ୍ରର ଅଧକ୍ଷା ଶ୍ରୀମତୀ ନୟନ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *