ସରକାରଙ୍କ ବଦଳି ଆଇନ ପ୍ରହସନ

ସରକାରଙ୍କ ବଦଳି ଆଇନ ପ୍ରହସନ
ଛତ୍ରଛାୟରେ ସରକାରୀ କର୍ମଚାରୀ ,ଗୋଟିଏ ବ୍ଳକରେ ୧୫ବର୍ଷରୁ ଉର୍ଦ୍ଧ୍ଵ ସମୟ କାର୍ଯ୍ଯରତ୍ତ ।
ଖଲ୍ଲିକୋଟ :୨୨/୦୩/୨୬ ଓଡିଶାରେ ଦୁଇବର୍ଷ ଧରି ବିଜେପି ଶାସନ ଚାଲିଛି,ଶାସନରେ ସମନୟ ଅଭାବ ଯୋଗୁଁ ଲୋକ ପ୍ରତିନିଧି ଓ କାର୍ଯ୍ୟପ୍ଲାଳିକା ତଥା ଲୋକମାନଙ୍କ ମଧ୍ୟ୍ୟରେ ତାଳ ମେଳ ରହୁନାହିଁ l ଯାହାଫଳରେ ସ୍ୱାର୍ଥପର ସରକାରୀ କର୍ମଚାରୀମାନେ ଫାଇଦା ଉଠାଇ ଲୋକଙ୍କୁ ସେବାଦେବା ବଦଳରେ ନିଜ ପରିବାର, ଉପରିସ୍ତ କର୍ମଚାରୀ ଓ ଲୋକପ୍ରତିନିଧିଙ୍କ ସେବାରେ ଲାଗି ପଡ଼ନ୍ତି l ତେଣୁ ଏହିପରି ଅସାଧୁ କର୍ମଚାରି ମାନେ ଗୋଟିଏ ଜାଗାରେ ଘର କରି ରୁହନ୍ତି, ବଦଳି ହେବାପାଇଁ ନାଁ ଧରନ୍ତି ନାହିଁ l ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ବ୍ଲକରେ l ଗତ ତା ୧୯/୦୧/୨୬ ରିଖ ମାସର ତୃତୀୟ ସୋମବାରଦିନ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଅଭିଯୋଗ ପ୍ରକୋଷ୍ଟ ସ୍ଥାନୀୟ ମର୍ଦରାଜ କଲ୍ୟାଣ ମଣ୍ଡପ ପରିଷରରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଜନଶୁଣାଣୀରେ ଆମ୍ଭ ଖଲ୍ଲିକୋଟ ପ୍ରତିନିଧି ଶ୍ରୀନିବାସ ସାହୁ ବ୍ଲକ କାର୍ଯ୍ୟଳୟରୁ ପାଇଥିବା ସୂଚନାର କପି ଜିଲ୍ଲାପାଳଙ୍କ ପାଖରେ ସିଧାସଳଖ ଅଭିଯୋଗ ଦାଖଲ କରିଥିଲେ l ଅଭିଯୋଗ ଥିଲା କୃଷ୍ଣଚନ୍ଦ୍ର ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ତା ୨0-୧୨-୨0୧୧ରିଖ ଠାରୁ ଦୀର୍ଘ ୧୫ବର୍ଷ ଧରି ଖଲ୍ଲିକୋଟ ବ୍ଲକରେ କାର୍ଯ୍ୟକରୁଛନ୍ତି l ଜିଲ୍ଲା ପାଳ ସ୍ଥାନୀୟ ବିଡ଼ିଓ ଓ ଜିଲ୍ଲା ଏସପିଙ୍କ ଉପସ୍ଥିତିରେ ଅଭିଯୋଗ ଗ୍ରହଣ କରି ତୁରନ୍ତ କାର୍ଯକାରୀ ହେବବୋଲି ପ୍ରତିଶୃତି ଦେଇଥିଲେ l କିନ୍ତୁ ବଡ ଦୁଃଖର ବିଷୟଦୀର୍ଘ ଦୁଇମାସ ହୋଇଗଲା ଜିଲ୍ଲା ପାଳଙ୍କ ପ୍ରତିଶୃତି କାର୍ଯ୍ୟକାରି ହୋଇ ପାରିଲାନାହିଁ l ପଣ୍ଡାବାବୁଙ୍କ ସାଥୀ କର୍ମଚାରୀମାନେ ନିଜ ନାମକୁ ପ୍ରକାଶ ନକରି ଯାହା କୁହନ୍ତି ଏବଂ ନିଜେ ପଣ୍ଡାବାବୁ ମଧ୍ୟ୍ୟ ଛାତିକୁ ବାଡେଇ କହୁଛନ୍ତି ମୋର କିଛି ହେବନାହିଁ, ମୁଁ ଖଲ୍ଲିକୋଟରେ ହିଁ କାର୍ଯ୍ୟରୁ ଅବସର ନେବି l ମୋର ଲୋକ ଅଛନ୍ତି ଉପରେ କହିବା ପାଇଁ ଏବଂ ସ୍ଥାନୀୟ ବିଧାୟକଙ୍କ ସାଙ୍ଗରେ ମାସିକିଆ ଯୋଗ ସୂତ୍ର ରଖିଛି l ପଣ୍ଡାବାବୁଙ୍କ କହିବା ଅନୁଯାଇ ଯଦି ବ୍ୟବସ୍ଥାପିକାଙ୍କ ଚାପରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟପାଳିକା ବଦଳି ଆଇନକୁ ସଂମ୍ମାନ ନ ଦିଅନ୍ତି ତାହାହେଲେ ଗଣତନ୍ତ୍ରରେ ଶାସନ ବ୍ୟବସ୍ଥା ଭୁଶୁଡି ଯିବ l ସରକାରଙ୍କ ବଦଳି ଆଇନକୁ ମାନ୍ୟବର ଜିଲ୍ଲାପାଳ କାର୍ଯ୍ୟକରୀ କରିବାପାଇଁ ଖଲ୍ଲିକୋଟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ପ୍ରକାଶ ଥାଉକି ଖଲ୍ଲିକୋଟ ବ୍ଲକରେ ଜଣେ ଦୁଇଜଣ ପିଇଓ ଏବଂ ଦୁଇ ଜଣ ଜେଇ ଦୀର୍ଘ ୭ ବର୍ଷ ଧରି ଏଠାରେ ରହିଛନ୍ତି l ଖଲ୍ଲିକୋଟ ତହସିଲରେ ମଧ୍ୟ୍ୟ ଖଲ୍ଲିକୋଟ ଆଞ୍ଚଳର ସ୍ୱାମୀ ସ୍ତ୍ରୀ ଦୁଇ ଜଣ କିରାଣୀ ମଧ୍ୟ ଦୀର୍ଘ ୬ ବର୍ଷ ଧରି ଏଠାରେ କର୍ଯ୍ୟ କରୁଛନ୍ତି l ଖଲ୍ଲିକୋଟ ଆଞ୍ଚଳରେ ବଦଳି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି l

Leave a Reply

Your email address will not be published. Required fields are marked *