ସରକାରିକା ମାଲ ଦରିୟା ମେ ଡାଲ ।
କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡିଭିଜନ ରେ ଥିବା ପୂର୍ତ୍ତ ବିଭାଗର କୋଟି କୋଟି ଟଙ୍କାର ସରକାରୀ କ୍ଵାଟର ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ଭାଙ୍ଗିରୁଜି ଯାଉଥିବା ଜଣାପଡିଛି । କ୍ଵାଟର ଗୁଡିକ ମରାମତି କରାଯାଉ ନାହିଁ । ଫଳରେ ଅଲୋଡ଼ା ହୋଇ ପଡିଛି । ସରକାରଙ୍କର ତହ ବିଲରୁ ପାଣ୍ଠି ଖର୍ଚ୍ଚ କର।ଯାଇଥିଲେ ମଧ୍ୟ୍ୟ କ୍ଵାଟର ଗୁଡିକର ରକ୍ଷଣାବେକ୍ଷଣ ହେଲା ନାହିଁ । ପୂର୍ତ୍ତ ବିଭାଗ ବାଲିଗୁଡାରେ ସ୍ଥାପନା ହେବା ଦିନ ଠାରୁ ସରକାରୀ କର୍ମଚାରୀ କ୍ଵାଟର୍ସରେ ରହି ଆସୁଥିଲେ ।

ସବଡ଼ିଭିଜନ ର ଉନ୍ନତି ପାଇଁ ରାସ୍ତାଘାଟ ଓ କୋଠାବାଡି ନିର୍ମାଣ କର।ଥିବାବେଳେ କୋଟିକୋଟି ଟଙ୍କାରେ ନିର୍ମିତ କର୍ମଚାରୀ ଙ୍କ ନିଜସ୍ୱ ବିଭାଗ କ୍ଵାଟର୍ସ ଗୁଡିକୁ ବିଭାଗ କତୃପକ୍ଷ ରକ୍ଷଣା ବେକ୍ଷଣ କରିପାରିଲେ ନାହିଁ ବୋଲି ସର୍ବ ସାଧାରଣରେ ଆଲୋଚନର ବିଷୟ ହୋଇଥିବାବେଳେ କିଛି ବୁଦ୍ଧି ଜିବୀ ଦୀପତଳ ଅନ୍ଧାର ଓ ସରକାରିକା ମାଲ ଦରିୟା ମେ ଡାଲ ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି ।
