ସରକାରୀ ବହୁମୁଖୀ ବୈଷୟିକ ଶିକ୍ଷାନୁଷ୍ଠାନ

ଫୁଲବାଣୀ(୦୮/୦୭/୨୦୨୫): ସ୍ଥାନୀୟ ସରକାରୀ ବହୁମୁଖୀ ବୈଷୟିକ ଶିକ୍ଷାନୁଷ୍ଠାନ, ଫୁଲବାଣୀ ଠାରେ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ, ବକୃତା, କବିତା ଆବୃତ୍ତି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା-୨୦୨୫ ଆୟୋଜିତ ହୋଇଯାଇଅଛି। ବରିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ଜିତେନ୍ଦ୍ର ଆଚାର୍ଯ୍ୟ, ବକୃତା ପ୍ରତିଯୋଗୀତାରେ ସାଇ ଶୁଭମ ମହାନ୍ତି କବିତା ଆବୃତ୍ତି ପ୍ରତିଯୋଗିତାରେ ବିଭୁସ୍ମିତା ପଣ୍ଡା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଆଦ୍ୟାଶା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ବୈଶାଖୀ ଦାସ, ବକୃତା ପ୍ରତିଯୋଗୀତାରେ ହରି ଶରଣ ଦାସ, କବିତା ଆବୃତ୍ତି ପ୍ରତିଯୋଗିତାରେ ରୟାଲ ତ୍ରିପାଠୀ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପୂଜା ସାହୁ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଅଛନ୍ତି। ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି କନ୍ଧମାଳ ଜିଲ୍ଲାକୁ ଗୋରବାନ୍ବିତ କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଜଜ୍ ଭାବରେ ଡ଼ଃ ପୂର୍ଣେନ୍ଦୁ ତ୍ରିପାଠୀ, ଶ୍ରୀ ଚନ୍ଦ୍ର ଶେଖର ଦାସ, ଶ୍ରୀ ରବିନ୍ଦ୍ର ମିଶ୍ର, ଶ୍ରୀ ରାମକୃଷ୍ଣ ମହାନ୍ତି, ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ, ଶ୍ରୀମତୀ ହରପ୍ରିୟା ମିଶ୍ର, ଶ୍ରୀ କୈଳାସ ଚନ୍ଦ୍ର ଧଳ , ଶ୍ରୀ ନୃସିଂହନାଥ ମହାପାତ୍ର, ଶ୍ରୀ ଅସିତ କୁମାର ନନ୍ଦ, ଶ୍ରୀ ପ୍ରସନ୍ନ କୁମାର ପଣ୍ଡା, ଶ୍ରୀ ଅଶୋକ କୁମାର ମହାନ୍ତି ଓ ଶ୍ରୀ ଆନନ୍ଦ କହଁର ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ବେଳେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *