ଓଡ଼ିଶା ସରକାର ଏବଂ ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ

ଭୁବନେଶ୍ଵର,ତା ୩୦.୦୪.୨୦୨୫ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଭାଗର ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା (CRFM) କାର୍ଯ୍ୟକ୍ରମର ଏକ ମୂଲ୍ୟାୟନ ବିବରଣୀ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରି କହିଛନ୍ତି “ଓଡ଼ିଶା ବିଜ୍ଞାନଭିତ୍ତିକ କୃଷି ପରିବର୍ତ୍ତନ ଦିଗରେ ଆଗଭର ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ମୂଲ୍ୟାୟନ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ରାଜ୍ୟର ଚାଷୀଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ନେବାରେ ସହାୟକ ହେବ”। ଏହି ଅଧ୍ୟୟନ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ଦ୍ୱାରା କରାଯାଇଥିଲା ।ଧାନ ଅମଳ ପରବର୍ତ୍ତୀ ପଡ଼ିଆ ପରିଚାଳନା ରାଜ୍ୟବ୍ୟାପୀ ବର୍ଷାଋତୁ ପରେ ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲି ଏବଂ ତୈଳବୀଜ ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଏହି ମୂଲ୍ୟାୟନ, ସାଟେଲାଇଟ୍ ରିମୋଟ୍ ସେନ୍ସିଂ ତଥ୍ୟ, ବିଭାଗୀୟ ତଥ୍ୟ ଏବଂ ବିଭିନ୍ନ ମୂଲ୍ୟାୟନ ପଦ୍ଧତିର ମିଶ୍ରଣ ଉପରେ ଆଧାରିତ । ଏହି ରିର୍ପୋଟ ଜମି ବ୍ୟବହାର, ଫସଲ ଉତ୍ପାଦକତା କ୍ଷୁଦ୍ର ଚାଷୀଙ୍କ ବିଷୟରେ ଆଲୋକପାତ କରୁଛି । ଏହା ବର୍ତ୍ତମାନ ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟ କରୁଛି l ଧାନ ଚାଷ ପରେ ମୃତ୍ତିକାର ଉପଲବ୍ଧ ଆର୍ଦ୍ରତାକୁ ବ୍ୟବହାର କରି ଦ୍ୱିତୀୟ ଫସଲ ଉତ୍ପାଦନ କରିହେବ l ରାଜ୍ୟରେ ପ୍ରାୟ ୧.୬ ନିୟୁତ ହେକ୍ଟର ଜମିକୁ ବ୍ୟବହାର କରିବା ଉପରେ ଧ୍ୟାନ ଦିଆଯାଉଛି ।କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ “ଏହି ଅଧ୍ୟୟନ ପ୍ରମାଣ ଆଧାରିତ ସୂଚନାକୁ ଆଧାର କରି ନୂତନ ନୀତି ପ୍ରଣୟନ କରିବାରେ ସହାୟକ ହେବ । ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ଭଳି ଆନ୍ତର୍ଜାତିକ ଗବେଷଣା ପ୍ରତିଷ୍ଠାନ ସହିତ ସହଯୋଗ ବିଭାଗୀୟ କାର୍ଯ୍ୟକୁ ପୁନଃସମୀକ୍ଷା କରିବାରେ ସହାୟକ ହେବା ସଙ୍ଗେ ଚାଷୀଙ୍କ ବିକାଶରେ ସହାୟକ ହେବ ।” ମୂଲ୍ୟାୟନ କରାଯାଇଥିବା ଜିଲ୍ଲାଗୁଡିକରେ ହରଡ, ସୋରିଷ ଏବଂ ମସୁର ପରି ଫସଲରେ ଅମଳ ବୃଦ୍ଧି ହୋଇଥିବା ଜଣାଯାଏ l ଏହାକୁ ଭିତ୍ତିକରି ଯୋଜନାରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱାରୋପ କରାଯାଇପାରିବ । କୃଷକ ଓଡ଼ିଶା, ADAPT ପୋର୍ଟାଲ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ଉପଯୋଗ କରି, କାର୍ଯ୍ୟକ୍ରମ ଫଳାଫଳଗୁଡ଼ିକୁ ତଦାରଖ କରାଯାଇପାରୁଛି ଏବଂ ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରୁଛି । ପ୍ରମାଣ-ଆଧାରିତ ଗବେଷଣା ଏବଂ ନୀତିଗତ ସମ୍ପୃକ୍ତି ମାଧ୍ୟମରେ ଅନ୍ତର୍ଭୁକ୍ତ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ lସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *