ନାଶିକେଶ୍ୱରରେ ସୁରୁଖୁରୁରେ ଚାଲିଛି ସରକାରୀ ଧାନ କ୍ରୟ
କାକଟପୁର- କାକଟପୁର ବ୍ଲକ ଅନ୍ତର୍ଗତ ନାଶିକେଶ୍ୱର ପଞ୍ଚାୟତରେ ଅବସ୍ଥିତ ନାଶିକେଶ୍ୱର ସେବା ସମବାୟ ସମିତି ପକ୍ଷରୁ ସୁରୁଖୁରୁରେ ସରକାରୀ ଧାନ କ୍ରୟ ଚାଲୁ ରହିଛି। ସମିତି ସମ୍ପାଦକ ଆଲୋକ କୁମାର ରାଉତଙ୍କ ତତ୍ତ୍ଵାବଧନରେ ସରକାରୀ ଧାନ ସଂଗ୍ରହ କରାଯାଉଥିବା ଏହି ସମିତି ଅନ୍ତର୍ଗତ ୫ଗୋଟି ରାଜ୍ୱସ ଗ୍ରାମର ୨୨୦ ଜଣ ଚାଷୀ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ଠାରୁ ପ୍ରାୟ ଦୁଇ ହଜାର କୁଇଣ୍ଟାଲ୍ ରୁ ଅଧିକ ଧାନ ସଂଗ୍ରହ କରାଯିବ। ବର୍ତମାନ ସୁଦ୍ଧା ସୁରୁଖୁରୁରେ ୫୦ଜଣ ଚାଷୀଙ୍କ ଠାରୁ ୭୦୦ କୁଇଣ୍ଟାଲ୍ ରୁ ଅଧିକ ଧାନ ସଂଗ୍ରହ କରାଯାଇଛି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ। ଧାନ ମଣ୍ଡିରେ ସରକାରୀ ନୀୟମ ଅନୁସାରେ ଧାନ ଦେବା ପରେ ଚାଷୀ ଆଖି ସ୍କାନ କରି ୨୪ ଘଣ୍ଟା ମଧ୍ୟରେ ନିଜର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଖାତାରେ ପାଇ ପାରୁଛନ୍ତି। ଧାର୍ଯ୍ୟ ସର୍ବନିମ୍ନ ମୂଲ୍ୟ ସହ ରାଜ୍ୟ ସରକାରଙ୍କ ବୋନସ ଟଙ୍କା ତୁରନ୍ତ ମିଳି ପାରୁଛି ଯାହାକୁ ନେଇ ଚାଷୀମାନେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି। ଧାନ ମଣ୍ଡି ଶୁଭ ଉଦଘାଟନ ସମାରୋହ ଅବସରରେ ସମିତି ସଭାପତି ପ୍ରଭାକର ବିଶ୍ଵାଳ, ସରପଞ୍ଚ ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ନୋଡାଲ ଅଧିକାରୀ ପ୍ରହଲ୍ଲାଦ ନାୟକ, ଆଞ୍ଚଳିକ ଅଧିକାରୀ ସପ୍ତର୍ଶି ମଙ୍ଗରାଜ, ଏଆରସିଏସ ସନାନ୍ତନ ବେହେରା , ସମାଜସେବୀ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ, ସମିତି ବୋର୍ଡ ସଭ୍ୟ ପ୍ରଫୁଲ୍ଲ ସାହୁ, ଡଲି ପ୍ରଧାନ, ପ୍ରଦୀପ ପରିଡା, ଚାଷୀଙ୍କ ଭିତରେ ହରିହର ଖଟୋଈ, ଭୀମସେନ ଖଟୋଇ, ଶରତ ଖଟୋଈ, ଭଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସମିତି ସମ୍ପାଦକ ଆଲୋକ କୁମାର ରାଉତ ଧାନ କ୍ରୟ ଓ ମଣ୍ଡି ବ୍ୟବସ୍ଥାକୁ ପରିଚାଳନା କରୁଥିବା ବେଳେ ସହସମ୍ପାଦକ ସାଗର ସ୍ବାଇଁ ଓ କର୍ମଚାରୀ ତରୁଣ ସାହୁ ସହଯୋଗ କରିଥିଲେ।
