ସୋରଡ଼ା ସିଡିପିଓ ଙ୍କ ମନମାନି ଯୋଗୁଁ ସରକାରୀ ଯୋଜନା ବଳିପଡୁଛି
ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ର ବିଭିନ୍ନ ଯୋଜନା ମଧ୍ୟରୁ ପୋଷଣ କାର୍ଯ୍ୟକ୍ରମ ଅନ୍ୟତମ ଯାହାକି ଉଭୟ ମା ଓ ଶିଶୁ ଙ୍କ ପୁଷ୍ଟିହୀନତା କୁ ଦୁରକରିବା ଉଦେଶ୍ୟ ରଖି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ମାର୍ଚ୍ଚ 8 -2018 ଦିନ ଆରମ୍ଭ କରିଥିଲେ ଓ ଚଳିତ ବର୍ଷ ପୋଷଣ ଅଭିଯାନରେ ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବାପାଇଁ ବଜେଟ ରେ ୨୮୪ କୋଟି ଟଙ୍କା ବରାଦ କରାଯାଇଛି| ଚଳିତ ବର୍ଷ ଏ ପୋଷଣ ଅଭିଯାନ କୁ ଓଡିଶା ସରକାର ତ୍ୱରାନ୍ୱିତ କରିବା ପାଇଁ ପୋଷଣ ପକ୍ଷ ରାଜ୍ୟ ସ୍ତରରୁ ଆରମ୍ଭ କରି ସେକ୍ଟର ସ୍ତର ଯାଏଁ ପାଳନ କରୁ ଥିବା ବେଳେ, ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଗୋଷ୍ଠୀ ସମନ୍ୱୟ ଶିଶୁ ବିକାଶ ଅଧିକାରିଣୀ ଓ ଅଙ୍ଗନବାଡି ୱାର୍କର ମାନଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁଁ ପୋଷଣ ପକ୍ଷ ପାଳନ ସମ୍ଭବ ହୋଇପାରୁନାହିଁ, କାରଣ ଆଜି 4 ଟି ସେକଟର ଯଥା ବୋରଦା, ରାଇବନ୍ଧ, ବଡ଼ଗଡ଼ ଓ ନୂଆଗଡ ସେକଟର ରେ ପୋଷଣ କାର୍ଯ୍ୟକ୍ରମ କରିବାରେ ସକ୍ଷମ ହୋଇପାରିନାହାନ୍ତି ସୁପରଭାଇଜର |ଯାହା କି ମହିଳା ଓ ଶିଶୁ ଙ୍କ ପୋଷଣ ଯୁକ୍ତ ପୁଷଠିକର ବିକାଶ ମୂଳକ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି | ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲା କତୃପକ୍ଷ ଏହାର ସମାଧାନ କରି ମହିଳା ଓ ଶିଶୁ ବିକାଶ ପାଇଁ ହେଉଥିବା କାର୍ଯ୍ୟକ୍ରମ କୁ ଲୋକଙ୍କ ପାଖରେ ପହଞ୍ଚାଇବା ରେ ସକ୍ଷମ ହୋଇପାରିବ |
