ବନ୍ଦ କଲେ ସରକାର, ମାଲେମାଲ ହେଲେ ବ୍ୟବସାୟୀ, ଗୁଟୁଖା ପ୍ରେମୀ ନିରାଶ
ନିମାପଡ଼ା ( ) ବନ୍ଦ କଲେ ସରକାର, ମାଲେମାଲ ହେଲେ ବ୍ୟବସାୟୀ, ଗୁଟୁଖା ପ୍ରେମୀ ହେଲେ ନିରାଶ। ଗୁଟୁଖା ବିକ୍ରି ବନ୍ଦ କରିବା ପାଇଁ ସରକାର ନିର୍ଦେଶ ଦେଇଥିବା ବେଳେ ପୁଣି ପ୍ରତ୍ୟାହାର କରିଥିଲେ । ନିକେଟିନ ନ ଥିବା ପାନ ମସଲା ବିକ୍ରି ହୋଇପାରିବ ବୋଲି କହିଲେ। ଗୁଟୁଖା ତିଆରି କରୁଥିବା କମ୍ପାନୀ ମାନେ ପତି ପ୍ୟାକେଟ ଅଲଗା କରି ପାନ ମସଲା ପ୍ୟାକେଟକୁ ମାର୍କେଟକୁ ଛାଡିଲେ। ଏଇସବୁ ଭିତରେ ମାର୍କେଟରେ ଏବେ ଗୁଟୁଖାର କଳାବଜାରୀ ଆରମ୍ଭ ହୋଇଯାଇଛି। ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକା ଦରରେ ବିକ୍ରି କରାଯାଇ ପାରିବନି ବୋଲି ନିୟମ ଥିବା ବେଳେ ବର୍ତମାନ ବଜାରରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକା ଦରରେ ଗୁଟୁଖା ବିକ୍ରୟ କରାଯାଉଛି । ସେମାନଙ୍କ କହିବା କଥା ଡିଷ୍ଟ୍ରିବୁଟର ଆମକୁ ଚଢ଼ା ଦରରେ ବିକ୍ରୟ କରୁଛନ୍ତି ଆମେ ସେଥିପାଇଁ ଖୁଚୁରା ବ୍ୟବସାୟୀଙ୍କୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକା ଦରରେ ଦେଉଛୁ। ଇଛା ପାଇଲେ ତୁମ ନିଅ। ନ ହେଲେ ନ ନିଅ। ବଜାରରୁ ଗୁତୁଖା ଗାୟବ ହେବା ଆଉ ଉଚ୍ଚା ଦରରେ ବିକ୍ରିୟ କରାଯିବକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳା ବଜାରୀ କରି ଗୁଟୁଖା ବ୍ୟବସାୟୀ ଏଵେ ମାଲେମାଲ, ଖୁଚୁରା ବ୍ୟବସାୟୀ ମାନେ ନିରାଶ ହୋଇଛନ୍ତି। ଗୁଟୁଖା ପ୍ରେମୀ ମାନେ ଆଗରୁ 5 ଟଙ୍କାରେ କିଣୁଥିବା ବେଳେ ଏବେ ଡବଲ ରେଟରେ 10 ଟଙ୍କାରେ ଗୋଟାଏ କିଣୁଛନ୍ତି। ଯାହାକୁ ନେଇ ଗୁଟୁଖାପ୍ରେମୀ ଏବେ ଅସନ୍ତୁଷ୍ଠ ହେଉଥିବା ବେଳେ ବ୍ୟବସାୟୀ କିନ୍ତୁ ମାଲେମାଲ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ବଜାରରେ ଚାଲୁଥିବା ଏହି କଳାବଜାରୀ ଉପରେ ଦୃଷ୍ଠାନ୍ତ ମୂଳକ ପଦକ୍ଷେପ ନେଲେ ଅସାଧୁ ବ୍ୟବସାୟୀ ମାନେ ସାବଡ ହୋଇ ପାରିବା ସହ କଳା ବଜାରୀ ଉପରେ ରୋକ ଲାଗି ପାରିବ।
