ସରକାର ପୁରୀରେ ନିର୍ମାଣ କରିବେ କ୍ରୁଜ ଟର୍ମିନାଲ

ପୁରୀକୁ ଅଧିକ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ପୁରୀରେ ନିର୍ମାଣ କରିବେ କ୍ରୁଜ ଟର୍ମିନାଲ।ଏହାର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଏହା ପୁରୀ ସହର ନିକଟବର୍ତ୍ତୀ ସିପସରୁବାଲି ଅଞ୍ଚଳରେ ହେବ। ୫୦୦ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ବ୍ୟୟ ହେବ।ପର୍ଯ୍ୟଟକମାନେ ଯେପରି ସମୁଦ୍ର ପଥରେ ବିଳାସପୂର୍ଣ୍ଣ କ୍ରୁଜ୍ ମାଧ୍ୟମରେ ପୁରୀ ଆସିପାରିବେ ଏବଂ ଏଠାରୁ ଅନ୍ୟାନ୍ୟ ସ୍ଥାନକୁ ଯାଇପାରିବେ ସେ ନେଇ ସବୁ ବ୍ୟବସ୍ଥା ରହିବ। କ୍ରୁଜ ଟର୍ମିନାଲ୍ ମାଧ୍ୟମରେ ପୁରୀକୁ ବିଶାଖାପାଟଣା, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ବନ୍ଦର ସହ ଜଳପଥରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ଏକ ନୂଆ ପ୍ରକାରର ଅନୁଭୂତି ପାଇବେ। ଏହି ପ୍ରକଳ୍ପ ଦ୍ଵାରା ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗାମୀ ଦିନରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ଏବଂ କ୍ରୁଜ୍ ସେବା ମିଳିତ ଭାବେ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ। କ୍ରୁଜ ରେ ପର୍ଯ୍ୟଟକ ମାନେ ଯାତ୍ରା କରି ସମୁଦ୍ର ଭିତରର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରି ଏକ ନିଆରା ଅନୁଭୂତି ହାସଲ କରିବେ। ଏହା ଦ୍ଵାରା ସାମୁଦ୍ରିକ ପର୍ଯ୍ୟଟନର ଅଭିବୃଦ୍ଧି ଘଟିବ। ପର୍ଯ୍ୟଟକ ମାନେ ସମୁଦ୍ର ଭିତରେ କ୍ରୁଜ ରେ ରାତ୍ରୀ ଯାପନ କରିବା ସହ ବିଳାସପୂର୍ଣ୍ଣ ସେବା ପାଇ ପାରିବେ। ଏହା ଦ୍ଵାରା ପୁରୀକୁ ଆସିବାକୁ ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇବ | ପୁରୀରେ ୫୦୦ କୋଟି ଟଙ୍କା ବ୍ୟୟରେ ଏକ କ୍ରୁଜ ଟର୍ମିନାଲ ସ୍ଥାପନ ହେବ। ଯେଭଳି ବିଦେଶରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କ୍ରୁଜ ସେବା ରହିଛି ସେହିଭଳି ବ୍ୟବସ୍ଥା ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କରାଯିବ।

Leave a Reply

Your email address will not be published. Required fields are marked *