ସାର କଳାବଜାରୀ ବିରୁଦ୍ଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର- ୧୦/୦୯/୨୦୨୫ଝାରସୁଗୁଡା କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ, ବିଭାଗୀୟ ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉରେ ଏହି ବେଆଇନ କାରବାରକୁ ଠାବ କରାଯାଇ ସାର ଜବତ କରାଯାଇଛି ଏବଂ ଏଫ୍ଆଇଆର୍ ମଧ୍ଯ ଦାଏର୍ ହୋଇଛି। ଅଭିଯୋଗ ସ୍ଥାନୀୟ କୃଷକମାନେ ଜଣାଇବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବ୍ଲକ କୃଷି ଅଧିକାରୀ, ଫର୍ଟିଲାଇଜ଼ର ଇନ୍ସପେକ୍ଟର ସମ୍ପୃକ୍ତ ପାକ୍ସରେ ପହଞ୍ଚିଥିଲେ । କିର୍ମିରା ପାକ୍ସର ସୋସାଇଟି ସେକ୍ରେଟାରୀ ଏଥିରେ ଲିପ୍ତ ଥିବା ଜଣାପଡ଼ିଛି । ସେ ୨୬ ଗୋଟି ବ୍ୟାଗ ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁଥିବା ଜଣାପଡ଼ିଛି । ତହସିଲଦାରଙ୍କ ଉପସ୍ଥିତିରେ ସମ୍ପାଦକ ଙ୍କ ବିରୋଧରେ ଏକ ଏତଲା ପୋଲିସରେ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ସାରା ରାଜ୍ୟରେ ପ୍ରବର୍ତ୍ତନ କାର୍ଯ୍ୟ (ଏନଫୋର୍ସମେଣ୍ଟ) ଜାରି ରହିଛି । ସରକାରଙ୍କ ତରଫରୁ କଳାବଜାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ଯୋଗାଇଦେବାକୁ କୃଷି ବିଭାଗ ସଂକଳ୍ପବଦ୍ଧ।ସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *