ଶ୍ରୀଜୀଉ ମାନଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ୧୮/୪ ଆଜି ଅପରାହ୍ନ ରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ଓଡ଼ିଶାର ମାନ୍ୟବର ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭବପାଟି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉ ମାନ ଙ୍କୁ ଦର୍ଶନ କରିଥିଲେ।ରାଜ୍ୟପାଳଙ୍କ ସହ ମାନ୍ୟବର ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମଧ୍ୟ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଥିଲେ।ଦର୍ଶନ ପରେ ମାନ୍ୟବର ରାଜ୍ୟପାଳ ଓ ଅନ୍ୟ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା।

ଏହି ଦର୍ଶନ ସମୟରେ ଶ୍ରୀମନ୍ଦିର ସୁରକ୍ଷା ମୁଖ୍ୟ ହେମନ୍ତ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଏସପି ଦେବବ୍ରତ ଚକ୍ର, ସୁଶୀଲ କୁମାର ମିଶ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ଡେପୁଟି କଲେକ୍ଟର ଗୋପୀନାଥ ମିଶ୍ର,ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *