ସରକାରୀ ମଣ୍ଡିରେ ଧାନ ବିକ୍ରିପାଇଁ ଚାଷୀ ହନ୍ତସନ୍ତ ପ୍ରତିଦାଦରେ ଜିଲ୍ଲାପାଳ ଅଫିସ ଆଗରେ ଧାରଣା
ସରକାରୀ ମଣ୍ଡିରେ ଧାନ ବିକ୍ରିପାଇଁ ଚାଷୀ ହନ୍ତସନ୍ତ ପ୍ରତିଦାଦରେ ଜିଲ୍ଲାପାଳ ଅଫିସ ଆଗରେ ଧାରଣା l
ଜଗତସିଂହପୁର – ୧୦, ୧, ୨୬- ଜଗତସିଂହପୁର ଜିଲ୍ଲାର ହଜାର, ହଜାର ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ମିଲର ମାନେ ଗରିବ ଚାଷୀର ଧାନ ଚୋରି କରିବା ଘଟଣାର ପ୍ରତିବାଦ କରି ଆଜି ନବ ନିର୍ମାଣ କୃଷକ ସଂଗଠନର ପାଞ୍ଚ ଶହରୁ ଉର୍ଦ୍ଧ୍ବ ଚାଷୀ, SVM କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସରକାରଙ୍କ ନୀତି ନିୟମକୁ ଗୋଇଠା ମାରି ସରକାରୀ ଅଧିକାରୀ ମାନଙ୍କ ଭିତିରି ସହଯୋଗରେ ମିଲରମାନେ ଧାନ ମଣ୍ଡିରେ ଚାଷୀ ମାନଙ୍କୁ FAQ ନିୟମର ଭୟ ଦେଖାଇ ଚାଷୀ ମାନଙ୍କ ଭଲ ଧାନରୁ ମଧ୍ୟ ୫/୭ କିଗ୍ରା ଧାନ ଠକି ନେଉଛନ୍ତି। ଚାଷୀ ମାନଙ୍କୁ ଝୋଟ ଅଖା ନଦେଇ ଚାଷୀ ମାନଙ୍କ ଠାରୁ ବସ୍ତା ପିଛା ୧୦/୧୫ ଟଙ୍କା ଆଦାୟ କରୁଛନ୍ତି। ଗ୍ରାମ୍ ଓଜନରେ ଠକେଇ କରୁଛି ଏହି ମିଲର ମାନେ। ଚାଷୀ ମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସରକାରଙ୍କ ଧାନ କିଣା ଯୋଜନା ବାସ୍ତବରେ କିନ୍ତୁ ମିଲର, ସମ୍ପାଦକ, ଜିଲ୍ଲାପ୍ରଶାସନ ମାନଙ୍କ ସ୍ୱାର୍ଥ ପାଇଁ ବ୍ୟବହାର କରି ଚାଷୀ ଧାନ ଶୋଷଣ କରାଯାଉଛି। ଆଜିର ଏହି ସତ୍ୟାଗ୍ରହରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇ ଧାନ କାଟକୁ ତୁରନ୍ତ ବନ୍ଦ୍ କରିବା ପାଇଁ ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଥିଲେ। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆଜିର ଏହି ସତ୍ୟାଗ୍ରହରେ ସାମିଲ ହୋଇ ସରକାରଙ୍କ ଚାଷୀ ଶୋଷଣ ନୀତି ବିରୋଧରେ ବିଶୋଦଗାର କରିଥିଲେ। ସତ୍ୟାଗ୍ରହ ସ୍ଥଳକୁ ଜିଲ୍ଲାପାଳ ଜେ ସୋନାଲ ଆସି ଅଭିଯୋଗ ଶୁଣିଥିଲେ ମଧ୍ୟ ସମାଧାନ ଦିଗରେ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ତତ୍ କ୍ଷଣାତ ସତ୍ୟାଗ୍ରହ ସ୍ଥଳରୁ ନିଜ କାର୍ଯ୍ୟାଳୟକୁ ଚାଲିଗଲେ ବେଖାତିର ମନୋଭାବ ପ୍ରଦର୍ଶନ କରି। ଜିଲ୍ଲାପାଳଙ୍କ ଏଭଳି ଅସଭ୍ୟ ଆଚରଣ ବିରୋଧରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣା ଅନଶନରେ ବସିଲେ। ଅପରାହ୍ନ ପାଞ୍ଚ ଘଟିକା ସମୟରେ ଉପଜିଲ୍ଲାପାଳ ଆସି ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଅନଶନରେ ନବସିବାକୁ ନିବେଦନ କରିଥିଲେ। ଏହା ପରେ ସତ୍ୟାଗ୍ରହକୁ ସ୍ଥଗିତ ରଖା ଯାଇଥିଲା। ବିପ୍ଳବୀ ବାସୁଦେବ, ସହ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ, ଉମାକାନ୍ତ ଭାରତ, ଜିଲ୍ଲା ସଂଯୋଜକ ଅଶୋକ ସ୍ବାଇଁ, ଦୁର୍ଗା ଚରଣ ସ୍ବାଇଁ, ଅଶୋକ କୁମାର ସ୍ବାଇଁ, ରଘୁନାଥ ନାୟକ, ଅଭୟ ସ୍ବାଇଁ, ପ୍ରମୋଦ ଦାଶ, ପ୍ରସନ୍ନ କୁଅଁର, ଅମୂଲ୍ୟ ମହାନ୍ତି, ଶରତ ମହାପାତ୍ର, ନିଗମାନନ୍ଦ ଦାସ, ବିଜୟ ପତି, ରମଣୀ ବେହେରା, ଭୁବନାନନ୍ଦ ନାୟକ, ସଞ୍ଜୟ ସାହୁ, ଦେବଦତ୍ତ ସାହୁ, ଆଲୋକ ସ୍ବାଇଁ, ସୁରେନ୍ଦ୍ର ମହାରଣା, ବାବାଜୀ ନାୟକ, ଅଟଳ ବିହାରୀ ଜେନା, କୈଳାସ ପରିଡ଼ା, ଧୃଜଟି ମହାନ୍ତି, ସଚ୍ଚିଦାନନ୍ଦ ଦାସ, ଅନ୍ୟାନ୍ୟ ମହାନ୍ତି, ଶାରଦା ଜେନା, ଭାସ୍କର ପାଳ, ପ୍ରତାପ ନାୟକ,ଅସୀମ ରାଉତ, ରଶ୍ମି ରଥ, ସୁବାଷ ମହାନ୍ତି, ବୈକୁଣ୍ଠ ବିଶ୍ଵାଳ, ବିଭୂତି ଜେନା, ନଟବର ସେଣ, ମଙ୍ଗୁଳି ରାଉତ ରାୟ, ଶରତ ନାୟକ, ବିଜୟ ବେହେରା, ତପନ ମଲ୍ଲିକ, ବିଜନ ମହାପାତ୍ର, ଚନ୍ଦନ ଲାଲ ଚୌଧୁରୀ, ବିନୋଦ ସାମନ୍ତ ରାୟ, କୈଳାସ ପାଳ, ଅଜୟ ପାଲଟା ସିଂହ, ମିଟୁ ଦାସ, ପ୍ରତାପ ସ୍ଵାଇଁ, ବ୍ରହ୍ମାନନ୍ଦ ମହାନ୍ତି, ରମେଶ ମହାପାତ୍ର, ପ୍ରସନ୍ନ ରାଉଳ, କିଶୋର ମଲ୍ଲିକ ପ୍ରଭୃତି ଚାଷୀ ନେତୃତ୍ବ ମାନେ ସାମିଲ ହୋଇଥିଲେ।
