ଠାକୁରଗଡ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କ୍ରୟ ମଣ୍ଡି ଉଦଘାଟିତ

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ ପ୍ରାଥମିକ କୃଷି ସମବାୟ ସମିତିରେ ସୋମବାର ୨୦୨୫–୨୬ ଆର୍ଥିକ ବର୍ଷର ଖରିଫ ଋତୁ ପାଇଁ ସରକାରଙ୍କ ନିର୍ଦ୍ଧାରିତ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି ! ସମିତିର ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ମଣ୍ଡିର ଶୁଭାରମ୍ଭ କରାଯାଇଥିଲା ! ପୂଜକ ଶ୍ରୀ ଗୋକୁଳ ନନ୍ଦ ଶତପଥି ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ।ଏହି ଅବସରରେ ସମିତିର ସମସ୍ତ ନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ ! ସେମାନଙ୍କ ମଧ୍ୟରେ ସର୍ବୋପରି ଦୁଃଖବନ୍ଧୁ ନାୟକ, ଜଗବନ୍ଦୁ ବେହେରା, କରୁଣାକର ନାୟକ, ନରୋତ୍ତମ ସାଏ, ଗଣେଶ୍ୱର ଖୁଣ୍ଟିଆ ପ୍ରମୁଖ ଥିଲେ ! ସମ୍ମାନିତ ଅତିଥି ଭାବେ ଠାକୁରଗଡ ବିଜେପି ମଣ୍ଡଳ ସଭାପତି ଶ୍ରୀ ସୁଜିତ କୁମାର ଦେହୁରୀ, ଅନାମ ଚରଣ ସ୍ୱାଇଁ, ଚାଷୀ କୁମୁଦ ଚନ୍ଦ୍ର ମିଶ୍ର, ଅଜିତ ମିଶ୍ର, ଲୋକନାଥ ରାଉତ, ଦେବରାଜ ଦେହୁରୀ,ପୀତବାସ ମାଝି, ଦୁଷ୍ମନ୍ତ ପ୍ରଧାନ, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ! ସମିତିର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ବିକ୍ରମ ସାହୁ, ଉତ୍ତମ ପ୍ରଧାନ ଓ ବିନୋଦିନୀ ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ ! ପ୍ରଥମ ଦିନରେ ମୋଟ ୬ ଜଣ ଚାଷୀଙ୍କ ଠାରୁ ୧୨୦.୨୮ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *