ସାନହୁଲା ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କ୍ରୟ ମଣ୍ଡି ଉଦଘାଟିତ

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ସାନହୁଲା ପ୍ରାଥମିକ କୃଷି ସମବାୟ ସମିତିରେ ସୋମବାର ୨୦୨୫–୨୬ ଆର୍ଥିକ ବର୍ଷର ଖରିଫ ଋତୁ ପାଇଁ ସରକାରଙ୍କ ନିର୍ଦ୍ଧାରିତ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି ! ସମିତିର ସଭାପତି ଶ୍ରୀଅର୍ଜୁନ ପଧାନ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ମଣ୍ଡିର ଶୁଭାରମ୍ଭ କରାଯାଇଥିଲା !ଏହି ଅବସରରେ ସମିତିର ସମସ୍ତ ନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ ! ସେମାନଙ୍କ ମଧ୍ୟରେ ସର୍ବୋପରି ନରହରି ବେହେରା, କୁଶଧୂଜ ବିଶ୍ବାଳ, ଭାରତୀ ବାଘ, ବିଷ୍ଣୁଚରଣ ସାହୁ, ଅମୂଲ୍ୟ ବେହେରା , ଅକ୍ଷୟ ନାୟକ, ଚାଷୀ ସଂସାର ଦେହୁରୀ, ରବୀନ୍ଦ୍ର ସାହୁ, ପିତବାସ ସାହୁ, ବିଶେଶ୍ୱର ସ୍ଵାଇଁ ପ୍ରମୁଖ ଥିଲେ ! ସମିତିର ସମ୍ପାଦକ ଶ୍ରୀ ଯୁଗଳ କିଶୋର ସ୍ବାଇଁ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ଦୀପକ କୁମାର ସ୍ଵାଇଁ , ମହେନ୍ଦ୍ର ସ୍ବାଇଁ ଓ ଜିତେନ୍ଦ୍ର କୁମାର ସାହୁ ସକ୍ରିୟ ସହଯୋଗ କରିଥିଲେ ! ପ୍ରଥମ ଦିନରେ ମୋଟ ୧୦ ଜଣ ଚାଷୀଙ୍କ ଠାରୁ ୩୧୮.୫୮ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *