କରତୁଠାରେ କେନ୍ଦ୍ର ସାହିତ୍ଯ ଏକାଡ଼େମୀର ଗ୍ରାମାଲୋକ କାର୍ଯ୍ୟକ୍ରମ
କୁଜଙ୍ଗ-୨୭/୭-କରତୁଠା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସଭାଗୃହରେ କେନ୍ଦ୍ର ସାହିତ୍ଯ ଏକାଡେମୀ ଓ କୁଜଙ୍ଗର ଅଗ୍ରଣୀ ସାହତ୍ଯ ସଂସ୍କତି ଶିକ୍ଷା ଅନୁଷ୍ଠାନ ‘ମେଘମହ୍ଲାର’ ମିଳିତ ଆନୁକୁଲ୍ଯରେ ‘ଗ୍ରାମାଲୋକ’ କାର୍ଯ୍ୟକ୍ରମ ମେଘମହ୍ଲାର ସଭାପତି କେଶବଚନ୍ଦ୍ର ଦଳାଇଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଓଡିଆ ଭାଷା ସାହିତ୍ଯ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଛଜଣ ସାହିତ୍ଯିକ ଏକାଡେମୀ ଦ୍ବାରା ନିମନ୍ତ୍ରିତ ହୋଇ ସ୍ୱଲିଖିତ ଗଳ୍ପ,କବିତା ଓ ଆଲୋଚନା ପାଠ କରିଥିଲେ।ଯଥାକ୍ରମେ ସନ୍ତୋଷ ସାମଲ ‘ଛୋଟା ସାରଂକ ଚାହାଳୀ’,ଦୀପ୍ତି ଖଣ୍ଡୁଆଳ ‘ଏତଲାକାରୀ’,ରଘୁନାଥ ସାହୁ ‘ଆଇନା’,ପୀତାମ୍ବର ତରାଇ ‘ ରାମଚନ୍ଦ୍ର ମହାନ୍ତିଙ୍କ ରଚନା ସମଗ୍ର’ ଆଲୋଚନା, ପ୍ରଭାତୀ ମାଝୀ ‘ଅଳକା ସାନ୍ୟାଲ’ କବିତା ଓ କେଶବ ଚନ୍ଦ୍ର ଦଳାଇ ‘ଓଡିଆ କାବ୍ଯ କବିତାରେ ମାନବବାଦ’ ପ୍ରବନ୍ଧ ପାଠ କରିଥିଲେ।ଆରମ୍ଭରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାତୃ ବନ୍ଦନା ଗାନ କରିଥିଲେ।ବିଭୁତି ଭୂଷଣ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଜୟ କୁମାର ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ଲେଖକ,କବି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଦ୍ବିତୀୟ ଅଧ୍ବବେଶନରେ କବି ପ୍ରକାଶ ଦାସଙ୍କ ଅଧ୍ଯକ୍ଷତା ଓ ପ୍ରଭାତୀ ମାଝୀଙ୍କ ସଂଯୋଜନାରେ ମୃତ୍ୟୁଞ୍ଜୟ ଜୟସିଂହ, ରମେଶ ବେହେରା,ଜୟନ୍ତୀ କୁମାରୀ ଦାସ,ଅଞ୍ଜନା ନାୟକ,ଗୌରହରି ବାରିକ,ଆଶିଷ ପରିଜା,ନାରାୟଣ ନାୟକ,ଜଇରାମ ସାହାଣୀ,ମାନ ଗୋବିନ୍ଦ ପ୍ରଧାନ,କନକଲତା ବାରିକ,ରବୀନ୍ଦ୍ର ନାଥ ଚୌଧୁରୀ,ସରୋଜିନୀ ମିଶ୍ର, ମମତା ସାହୁ,ଶୁଭେନ୍ଦୁ ଚୌଧୁରୀ,ଗୀତା ଦାସ,ରବୀନ୍ଦ୍ର ଦାସ ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ।ଆରମ୍ଭରେ ସସ୍ମିତା ନାୟକ ଏକ ସୁଗମ ସଙ୍ଗୀତ ଗାନ କରିଥିଲେ।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
