ଜିଆଇଏମ୍‌ରେ ମହା ନିଯୁକ୍ତି ମେଳା

କଟକ,୨୩।୫: ଗ୍ଲୋବାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଜିଆଇଏମ୍‌)ରେ ଏକ ମହା ନିଯୁକ୍ତି ମେଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏମ୍‌ବିଏ ପାଠ୍ୟକ୍ରମର ଶେଷ ବର୍ଷରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ନିଯୁକ୍ତି ନିମନ୍ତେ ଏହି ମେଳା ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଓ ଡାଇଭରସ୍‌ ସଲ୍ୟୁସନ୍ସ (ଭୁବନେଶ୍ୱର)ଙ୍କ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ୧୦ଟି କମ୍ପାନୀ ଅଂଶଗ୍ରହଣ କରିଥିଲା ବେଳେ ୧୦୦ଜଣ ଛାତ୍ରୀଛାତ୍ରୀ ଉକ୍ତ ମେଳାରେ ଅଂଶଗ୍ରହଣ କରି ନିଯୁକ୍ତିର ସୁଯୋଗ ପାଇଥିଲେ। ଉଲ୍ଲେଖଯୋଗ୍ୟ, ଜିଆଇଏମ୍‌ର ନିର୍ଦ୍ଦେଶକ ସି.ଏ.ସଂଗ୍ରାମ କେଶରୀ ପଟ୍ଟନାୟକ, ଅଧ୍ୟକ୍ଷ ଡ.ନରେନ୍ଦ୍ର କିଶୋର ମିଶ୍ର, ଡିନ୍‌ (ଆଡ୍‌ମିନ୍‌.) ପ୍ରଫେସର୍‌ ବିପୁଲ କୁମାରଙ୍କ ସମେତ ଡାଇଭରସ୍‌ ସଲ୍ୟୁସନ୍ସ୍‌ର ନିର୍ଦ୍ଦେଶିକା ସିପ୍ରା ନାଏକ, ପ୍ରଫେସର୍‌ ଗୌରୀଶଙ୍କର ମହାରଣା, ପ୍ରଫେସର୍‌ ରାଜାରାମ୍‌ ରାଉତ୍‌, ପ୍ରଫେସର୍‌ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅପରପକ୍ଷରେ ମେଳା ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଆଇଏମର ଡିନ୍‌ (ଏକାଡେମିକ୍ସ) ଡ.ମୁନ୍‌ମୁନ୍‌ ମହାନ୍ତି ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ସେହିଭଳି ଜିଆଇଏମ୍‌ର ପ୍ରଫେସର ଦେବାଶିଷ୍‌ ନନ୍ଦ ଓ ଡ. ଆଦ୍ୟାଶା ଶୁଭଦର୍ଶିନୀ ମେଳା ସଂଯୋଜନା ଓ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *