ପୁରୀରେ ଦାଦା ପୁତୁରାକୁ ଛୁରାମାଡ଼
ପୁରୀ ପୋଲିସର ଅପରେସନ ଚକ୍ରକୁ ଦୁର୍ବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ। ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଛୁରାମାଡ କରି ଦାଦା ପୁତୁରାଙ୍କୁ ଘାଇଲା କରିଛନ୍ତି ଦୁର୍ବୁତ୍ତ। ଆକ୍ରମଣର ଶିକାର ହୋଇଥିବା ଦାଦା ଓ ପୁତୁରା ହେଉଛନ୍ତି ପୁରୀ ମାର୍କଣ୍ଡେଶ୍ୱର ସାହିର ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ଉଭୟଙ୍କ ଦେହରେ ଆଘାତ ଲାଗିଥିବା ବେଳେ ଆକ୍ରମଣ କରିଥିବା ଦୁର୍ବୁତ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଖବରପାଇ ଘଟଣାସ୍ଥଳରେ ସିଂହଦ୍ଵାର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ବିଶେଷ କରି ବ୍ୟବସାୟକୁ କେନ୍ଦ୍ରକରି ଏହି ଘଟଣା ଘଟିଥାଏ ପାରେ ବୋଲି ପୋଲିସ ଅନୁମାନ କରୁଛି। ତେବେ ଆହତ ଦାଦା ପୁତୁରାଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
