ଓଡିଶା ଟାଏକୋଣ୍ଡୋ ଦଳର ବଡ଼ ସଫଳତା

ପୁରୀ 22ଜାନୁଆରୀ -ଚଳିତ ମାସ 19 ରୁ 21 ତାରିଖ ପର୍ଯ୍ୟନ୍ତ ରାଜସ୍ତାନ ର ସବାଇ ମାଧପୁର ଠାରେ 40ତମ ଜୁନିଅର ଓ 39ତମ ସିନିଅର ଜାତୀୟ କିରୋଗୀ ଟାଏକୋଣ୍ଡୋ ଅନୁଷ୍ଠିତ ହୋଇଯାଇଛି |ଏହା ସହ 13ତମ ଜୁନିଅର ଓ 12ତମ ସିନିଅର ପୂମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ରାଜସ୍ଥାନ ଟାଏକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା |ପୁରୁଷ 31ଜଣ ଓ ମହିଳା 16 ଜଣ ଖେଳାଳି ମିଶି 47ଜଣିଆ ଓଡିଶା ସିନିଅର ଓ ଜୁନିଅର ଟିମ ଓଡିଶା ଟାଏକୋଣ୍ଡୋ ସଙ୍ଘ ଅଧୀନରେ ଅଂଶଗ୍ରହଣ କରିଥିଲେ| କିରୋଗୀ ଇଭେଣ୍ଟରେ ସ୍ଵର୍ଣ ପଦକ ଗୋଟିଏ, ରୌପ୍ୟ ତିନୋଟି, କଂସ୍ୟ ଦୁଇଟି, ଓଡିଶା ଟିମ ଜିତିଥିଲା ବେଳେ ପୂମସି ଇଭେଣ୍ଟରେ ସ୍ଵର୍ଣ ଏଗାରଟୀ, କଂସ୍ୟ ଚଉଦଟି ପଦକ ଜିତିଥିଲେ |ଜୁନିଅର ଟିମ କିରୋଗୀ ବିଜେତାମାନେ ହେଲେ ପିୟୁଷ ପ୍ରସାଦ ଷଡ଼ଙ୍ଗୀ, କୁମାର କଶ୍ୟପ ଷଡ଼ଙ୍ଗୀ, ଦେବିରୂପା ଦୀକ୍ଷିତ, ସ୍ଵାଗତିକା ସାମନ୍ତରାୟ | ସିନିଅର ଟିମରେ ହର୍ଷିତା ନାୟକ,ପ୍ରୀତିଲତା ସେଠି, ରୁଦ୍ର ନାରାୟଣ ବେହେରା ରହିଥିଲେ |

ପୂମସି ବ୍ୟକ୍ତିଗତ, ଯୁଗଳ, ଟିମ ଇଭେଣ୍ଟରେ ଭବେଶ ଚନ୍ଦ୍ର ଦୀକ୍ଷିତ, ମୋନିକା ପଳେଇ ଜୁନିଅର ଟିମ ଓ ସିନିଅରରେ ଆର୍ଯ୍ୟନ ଚୌଧୁରୀ, ଲିପିକା ପଳେଇ, ଝାନ୍ସୀରାଣୀ ସାଗରୀକା ନାୟକ, ସନ ତ୍ରିପାଠୀ, ସଂଯୁକ୍ତା ବରାଳ,, ସୀମା କୁମାରୀ ହାଁସଦା,ଦୀପକ କୁମାର ପ୍ରଧାନ, ସୂର୍ଯ୍ୟକାନ୍ତ ପତି, ରୁଦ୍ର ନାରାୟଣ ବେହେରା, ପ୍ରଭୁପଦ ଖମାରି, ଏମ. ରୀତିକ ରଞ୍ଜନ ମହାପାତ୍ର|ଓଡିଶା ଟିମ କୋଚଭାବେ ଅତାଉଲ୍ଲା ଖାନ, ବାସୁ ନାୟକ, ଉପେନ୍ଦ୍ର ଘଡେଇ , ସୁଶାନ୍ତ କୁମାର ସାହୁ ଓ ମ୍ୟାନେଜର ରୁଦ୍ର ନାରାୟଣ ଦୀକ୍ଷିତ ଟିମ ଦାୟିତ୍ୱ ତୁଲାଇ ଥିଲେ ଓ ଏହା ସହ ହୋତା ରେଫରୀ ଭାବେ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ|ସିନିଅର ପୂମସି ଇଭେଣ୍ଟରେ ଓଡିଶା ଟିମ ଚାମ୍ପିୟନ ଟ୍ରଫି ହାସିଲ କରିଥିବା ବେଳେ ଜୁନିଅର ପୂମସି ଟିମରେ ଉପ-ବିଜେତା ଟ୍ରଫି ହାସିଲ କରିଥିଲେ |ଓଡିଶା ଟିମ ସହ ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ ଟିମ ମୁଖ୍ୟ ଭାବେ ଯାଇଥିଲେ |ଓଡ଼ିଆ ଟିମର ଏହି ସଫଳତା ପାଇଁ ରାଜ୍ୟ ସଭାପତି ବ୍ୟମୋକେଶ ଅଭିଳାଷ ପ୍ରସାଦ ଓ କୋଷାଧ୍ୟକ କେ. ମନୋଜ ପ୍ରଧାନ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି |ରାଜ୍ୟ ପାଇଁ ଗର୍ବ ଆଉ ଗୌରବ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ | ଭବିଷ୍ୟତରେ ରାଜ୍ୟରେ ଜାତୀୟ ପ୍ରତିଯୋଗିତା କରିବା ପାଇଁ ମତାମତ ଦେଇଥିଲେ |

Leave a Reply

Your email address will not be published. Required fields are marked *