ଜାଗର ସକାଶେ ଚଳ ଚଞ୍ଚଳ ଶୈବ ପୀଠ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଅବସ୍ଥିତ ଥିବା ଶୈବ ପୀଠ ଗୁଡିକ ରେ ଜାଗର ସକାଶେ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।ରାଇକିଆ ଶୈବପୀଠ ରେ ମଧ୍ୟ ଧୂମଧାମ ରେ ଜାଗର ଯାତ୍ରା ପାଳିତ ହୋଇଯାଇଛି | ଆଜି ସକାଳ 3 ଟା ରେ ମୁଖ୍ୟ ପୂଜକ ଶ୍ରୀ ଗଣେଶ ମହାପାତ୍ର ଦ୍ୱାର ଫିଟାଇ ବିଶ୍ୱେଶର ଙ୍କ ସେବା କାର୍ଯ୍ୟ ଆରମ୍ଭ କରିଥିଲେ | ଦିନ ତମାମ ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ | ସନ୍ଧ୍ୟା ରେ ପ୍ରାୟ 2000 ରୁ ଉର୍ଦ୍ଧ ପୁରୁଷ ମହିଳା ଅଖଣ୍ଡ ପ୍ରଦୀପ ପ୍ରଯୋଳନ କରିଥିଲେ। ମହାଦୀପ ମନ୍ଦିର ବେଢା ପରିକ୍ରମା କରିବା ପରେ ଅର୍ଦ୍ଧ ରାତ୍ର ରେ ମହାଦୀପ ମନ୍ଦିର ଉପରକୁ ଉଠୀଥିଲା| ସନ୍ଧ୍ୟା ସମୟ ରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଂପାଦନ କରିବା ସକାଶେ ରାଇକିଆ ପୂଜା କମିଟି ସଭାପତି ସତ୍ୟବାନ୍ ପାତ୍ର,ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କା,ସନ୍ତୋଷ ଲେଙ୍କା ଉପସ୍ଥିତ ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ବାହିନୀ ମୁତୟନ ରହିଥିଲେ।

Leave a Reply

Your email address will not be published. Required fields are marked *