ପୁରୀ ଏସ୍ପିଙ୍କ ଅଧ୍ୟକ୍ଷତା ରେ ପୁରୀ ପୋଲିସ କୁ ବଡ଼ ସଫଳତା

୧୦.୦୨.୨୦୨୬ ତାରିଖ ରାତି ପ୍ରାୟ ୧୦.୦୦ ଟା ସମୟରେ, ଯେତେବେଳେ ସିବୁନା ପଲେଇ ତାଙ୍କ ହୋଟେଲ ସ୍ୱପ୍ନା ଇନ୍ ସମ୍ମୁଖରେ ଠିଆ ହୋଇଥିଲେ, ସେହି ସମୟରେ ଲୋକନାଥ ରୋଡ୍ ପାର୍ଶ୍ୱରୁ ଵିଶାଲ ପାତ୍ର,ସମୀର ସାମନ୍ତରାୟ,ସଞ୍ଜୟ ସରକାର, ଓ ପ୍ରିୟବ୍ରତ ଜେନା, ସ୍କୁଟି ରେ ଆସି ୦୩ ଟି ବୋମା ଫିଙ୍ଗିଥିଲେ। ତଦନ୍ତ ସମୟରେ, ତଦନ୍ତକାରୀ ଅଧିକାରୀ ଶ୍ରୀ ଯୁକ୍ତ ସୁନୀଲ ଯାଦବ ୪ ଜଣ ଙ୍କୁ ଗିରଫ କରି ଥିବା ବେଳେ ଆଉ ୨ଜଣ ଷଡ଼ଯନ୍ତ୍ର କାରୀଙ୍କୁ ମଧ୍ୟ ଗିରଫ କରାଯାଇଛି, ଧୀରେନ୍ଦ୍ର ନାଥ ବରାଳ ଓ ଶଙ୍କର୍ଷଣ ସାହୁ, ବଳିଆ ପଣ୍ଡା ଅଞ୍ଚଳ ରେ ଲୋକଙ୍କୁ ଭୟବିତ କରାଇ ଦାଦାବଟି ଆଦାୟ କରିବାପାଇଁ ବୋମା ମାଡ଼ କରାଇଥିବା sp ସୂଚନା ଦେଇଛନ୍ତି, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଏବଂ ସେମାନଙ୍କର ସହଯୋଗୀମାନେ ଏକ ଷଡ଼ଯନ୍ତ୍ର କରିଥିଲେ ଏବଂ ଅଭିଯୋଗକାରୀ ସିବୁନା ପଲେଇଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଉପରକୁ 03 ଟି ବୋମା ଫିଙ୍ଗିଥିଲେ କାରଣ ସେ ଅଭିଯୁକ୍ତଙ୍କ ଦାବି ପୂରଣ କରି ନଥିଲେ। ଅଭିଯୁକ୍ତମାନେ ଦାଦାବଟି ଆଦାୟ କରିବା ଉଦ୍ଦେଶ୍ୟରେ ବୋମା ଫିଙ୍ଗି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରୁଛନ୍ତି। ଅବଶିଷ୍ଟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି।

Leave a Reply

Your email address will not be published. Required fields are marked *