ପୁରୀ ଟାଉନ ଥାନା କୁ ବଡ଼ ସଫଳତା..୪ ବ୍ରାଉନ ସୁଗାର ବୋପାରୀ ଗିରଫ

ଅପରେସନ ଚକ୍ର ଅଭିଯାନରେ ପୁଣି ୪ ଜଣ ପେଷାଦାର ବ୍ରାଉନ ସୁଗାର ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଲୁଚି ଛପି କୁସୁନୁ ଖୁଣ୍ଟିଆ ଜାଗାପାଖରେ ଜଣେ ଆନ୍ତଃଜିଲ୍ଲା ବ୍ରାଉନ ସୁଗାର ବେପାରୀ ବ୍ରାଉନ ସୁଗାର ବିକିବା ପାଇଁ ତିନି ଜଣ ସ୍ଥାନୀୟ ବେପାରୀଙ୍କ ସହ ମୁଲଚାଲ କରୁଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ସମସ୍ତ ୪ ଜଣ ଆସାମୀ କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୫.୫୦ ଗ୍ରାମ୍ ବ୍ରାଉନ ସୁଗାର , ୪ ଗୋଟି ମୋବାଇଲ ଫୋନ୍, ୩୮୦୦/- ଟଙ୍କା, ଗୋଟିଏ କେ.ଟି.ଏମ. ବାଇକ୍ ଏବଂ ଗୋଟିଏ ସ୍କୁଟି ଜବତ କରିଛି । ଆଜି ସେମାନଙ୍କୁ ମାନ୍ୟବର ଜିଲ୍ଲା ଜଜ୍, ପୁରୀଙ୍କ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସେମାନଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ଆସାମୀ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବ୍ରାଉନ ସୁଗାର କେସ ସମେତ ଦାଦାବଟି, ଚୋରି, ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। *ଟାଉନ ଥାନା କେସ ନମ୍ବର* – ୧୯୨/୨୦୨୬, ଦଫା-୨୧(ଖ)/୨୯ ଏନ୍. ଡି. ପି.ଏସ. ଆକ୍ଟ *ଅପରାଧୀଙ୍କ ନାମ* :୧) ଲିପୁ @ ଜ୍ୟୋତି ରଞ୍ଜନ ଶତପଥୀ (୩୧), ପି- ଦେବରାଜ ଶତପଥୀ, ମାଟିମଣ୍ଡପ ସାହୀ, ପୁରୀ ।୨)ଗୁଡୁ @ ରାକେଶ ସାହୁ (୨୫), ପି-ବିଦ୍ୟାଧର ସାହୁ, ମିଶ୍ରସାହି, ମାର୍କଣ୍ଡେଶ୍ୱର ସାହି,ପୁରୀ।୩) ବିଭୁ@ ବିଶ୍ଵଜିତ ନାୟକ (୨୩), ପି- ଧୀର ନାୟକ, ମଶାଣଚଣ୍ଡି ଛକ, ପୁରୀ।୪) ହିମାଂଶୁ ଶେଖର ନାୟକ (୨୦), ପି- ରାଜେନ୍ଦ୍ର ନାୟକ, ଚମାଖଣ୍ଡି, ଗଞ୍ଜାମ । *ଜବଦ୍ ସାମଗ୍ରୀ* :୧) ବ୍ରାଉନ ସୁଗାର- ୧୫.୫୦ ଗ୍ରାମ୍ ୨) ମୋବାଇଲ୍ ଫୋନ୍ – ୪ ଟା୩) ବେଆଇନ୍ ଟଙ୍କା -୩୮୦୦/-୪) ଜୁପିଟର ସ୍କୁଟି : OD 13Y 3728.୫) କେ.ଟି.ଏମ୍. ବାଇକ୍: OD-02DM-5770

Leave a Reply

Your email address will not be published. Required fields are marked *