ପୁରୀ ପୋଲିସ କୁ ବଡ ସଫଳତା
ବୁଧବାର ରାତିରେ ପିପିଲି ଓଭରବ୍ରିଜ ନିକଟ ନାୟରା ପେଟ୍ରୋଲ ପମ୍ପ ନିକଟରେ କିନ୍ନର ହତ୍ୟାକାଣ୍ଡରେ ସମ୍ପୃକ୍ତ କୋଣାର୍କ ଅଂଚଳର କୃଷ୍ଣା କାଣ୍ଡି କୁ ପିପିଲି ଥାନା ପୋଲିସ ଏନକାଉଣ୍ଟର କରିବା ପରେ ପୁରୀ ଆଡିସନାଲ ଏସପି ଏକ ସାମ୍ବାଦିକ ସମ୍ମିଳନୀ ରେ ଘଟଣାର ଖୁଲାସା କରିଛନ୍ତି! ଅଭିଯୁକ୍ତ କୃଷ୍ନା କାଣ୍ଡି ଜଣେ ଅଭ୍ୟାସଗତ ଅପରାଧୀ… ତା ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ମଧ୍ୟ ରହିଛି, ତେବେ ଘଟଣା ଦିନ ଅଞ୍ଜଳି କିନ୍ନର ସିଫା ନିକଟ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବେଳେ କୃଷ୍ନା କାଣ୍ଡି ଓ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ଆସି କିନ୍ନର ଅଞ୍ଜଳିଙ୍କ ବେକରୁ ଚେନ ଭିଡ଼ିବାକୁ ଉଦ୍ୟମ କରି ବିଫଳ ହେବାରୁ ଏକ ଧାରୁଆ ଛୁରୀରେ ତାଙ୍କୁ ସେହିଠାରେ ହତ୍ୟା କରିଥିଲେ! ଗତକାଲି ଏନକାଉଣ୍ଟର ପରେ ସବୁ କିଛି ଅଭିଯୁକ୍ତ କୃଷ୍ନା କାଣ୍ଡି ପୋଲିସ ଆଗରେ ମାନିଥିବା ଅଡିସନାଲ ଏସପି କହିଛନ୍ତି ଏବଂ ଏହା କିନ୍ନର ଅଞ୍ଜଳି ଠାରୁ ଲୁଟ ଉଦ୍ୟେଶରେ ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା ବେଳେ ହତ୍ୟାକାଣ୍ଡ ର ଅନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ବୋଲି ସୂଚନା ଦିଆଯାଇଛି | ତେବେ ସାମ୍ବାଦିକ ସମ୍ମିଳନୀ ପରେ ହତ୍ୟାକାଣ୍ଡ ଅନ୍ୟ ଅଭିଯୁକ୍ତ ସନିଲ କାଣ୍ଡି କୁ ହତ୍ୟାକାଣ୍ଡ ସ୍ଥଳ କୁ ଆଣି ସିନରିକ୍ରିଏସନ କରିଛି ପୋଲିସ! ଏଥିରେ ଦୁଇଜଣ କୃଷ୍ନା କାଣ୍ଡି ଓ ସନିଲ କାଣ୍ଡି ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛି.. ତାକୁ ଚି଼ହ୍ନଟ ହୋଇ ସାରିଛି ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅଡିଶନାଲ ଏସପି ସଚିନ ପଟେଲ କହିଛନ୍ତି!ବାଇଟ – ସଚିନ ପଟେଲ – ADDL SP l
