ଗଞ୍ଜାମ ଗସ୍ତରେ ପିସିସି ସଭାପତିହିଞ୍ଜିଳି କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା
ହିଞ୍ଜିଳିକାଟୁ:-୨୯/୩ ଶନିବାର ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଗଣମାଧ୍ୟମ ବିଭାଗୀୟ ଅଧ୍ୟକ୍ଷ ପଓ୍ବନ ଖେଡାଜୀ ଗଞ୍ଜାମ ଗସ୍ତରେ ଆସିଛନ୍ତି। ହିଞ୍ଜିଳି କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ହିଞ୍ଜିଳିକାଟୁ ବ୍ଳକ ଭାବନ୍ଧ ଛକ ନିକଟରେ ପିସିସି ସଭାପତି ଶ୍ରୀ ଦାସ ଓ ଏଆଇସିସି ଗଣମାଧ୍ୟମ ବିଭାଗୀୟ ଅଧ୍ୟକ୍ଷ ଶ୍ରୀ ଖେଡାଜୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଉଭୟ ଦଳୀୟ କର୍ମୀଙ୍କ ସହ ଗଞ୍ଜାମ ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିରରେ ପହଞ୍ଚି ଦର୍ଶନ, ପୂଜାପାଠ କରିବା ସହ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ଆଗାମୀ ଦିନରେ ଦଳକୁ ଶକ୍ତିଶାଳୀ କରିବା ଏବଂ ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ସହ ଜନସାଧାରଣଙ୍କ ନିକଟତର ହେବା ପାଇଁ ପିସିସି ସଭାପତି ଶ୍ରୀ ଦାସ ଉଦବୋଧନ ଦେଇଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ନଗର ବିଜେପି ପ୍ରାକ୍ତନ ସାଧାରଣ ସମ୍ପାଦକ ଭୂବନେଶ୍ବର ନାୟକ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ।ଶ୍ରୀ ଦାସଙ୍କ ଗସ୍ତ ସମୟରେ କବିସୂର୍ଯ୍ୟନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ସଞ୍ଜୟ ମଣ୍ଡଳ, ପୋଲସରା ବିଧାୟକ ପ୍ରାର୍ଥୀ ଅଗସ୍ତୀ ବରଡ, ଭଞ୍ଜନଗର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ, ଆସିକା ବିଧାୟକ ପ୍ରାର୍ଥୀ ସୁରଭି ବିଷୋୟୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
