ନିମାପଡା ସାଇ ଵିଦ୍ଵାନ ଶିକ୍ଷାନୁଷ୍ଠାନ ପକ୍ଷରୁ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଶୁଭକାମନା।
ନିମାପଡା ଗୁହାଳପଡା ସ୍ଥିତ ସାଇନ୍ସ ଶିକ୍ଷା ଅନୁଷ୍ଠାନ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଉଛି।ଜଗତରନାଥ ଜଗନ୍ନାଥଙ୍କ କରୁଣା ଦୟାରୁ ସମସ୍ତେ ସୁଖଶାନ୍ତିରେ ରୁହନ୍ତୁ ଏହା ହିଁ ସାଇ ଵିଦ୍ଵାନ ଶିକ୍ଷାଅନୁଷ୍ଠାନର କାମନା। ନିମାପଡ଼ାର ଏକ ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ଭାବରେ 12 ବର୍ଷ ହେଲା ଶିକ୍ଷା ଦେଇଆସୁଛି। ପ୍ରତିବର୍ଷ ନିମାପଡ଼ା କଲଜେ ଟପ୍ପର ଏହି ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ପାଇ ଆସୁଥିବା ବେଳେ ଏ ବର୍ଷ ମଧ୍ୟ ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବ୍ଲକ ଟପ୍ପର ହୋଇଛନ୍ତି ଏହି ଅନୁଷ୍ଠାନର ଛାତ୍ର ରାଜେଶ ନାୟକ। ଏହାସହ ଛାତ୍ର ଛାତ୍ରୀ ମାନେ ଦ୍ୱତୀୟ, ତୃତୀୟ, ଚତୁର୍ଥ ଟପ୍ପର ମଧ୍ୟ ହାସଲ କରି ଶିକ୍ଷାଅନୁଷ୍ଠାନ ପାଇଁ ସଫଳତା ଆଣିଛନ୍ତି। ସାଇଵିଦ୍ଵାନର 3 ଜଣ ଛାତ୍ର ଛାତ୍ରୀ ନିଟ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇ ନିମାପଡ଼ାଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଦେବବ୍ରତ ଦାସ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି।
