ଆଚାର୍ଯ୍ୟ ହରିହର ଶିଶୁ ଭବନର ଅନ୍ତେବାସୀ ଙ୍କୁ ଶୁଭେଚ୍ଛା।
ପୁରୀ , ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଅବସରରେ ସାକ୍ଷୀ ଗୋପାଳ ମନ୍ଦିର ଚଳ ଚଂଚଳ ହୋଇ ଉଠିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ସେମାନଙ୍କ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି।ଏହି ଅବସରରେ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଭାରପ୍ରାପ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଆଚାର୍ଯ୍ୟ ହରିହର ଶିଶୁ ଭବନରେ ପହଞ୍ଚି ପିଲା ମାନଙ୍କ ସହ ମିଶି ଥିଲେ।ପିଲା ମାନଙ୍କ ସୁବିଧା ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ଶିଶୁ ଭବନ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ।ପିଲା ମାନେ ଇଶ୍ୱରଙ୍କ ଆଶୀର୍ବାଦ ରୁ ବିବିଧ ପ୍ରତିଭାର ଅଧିକାରୀ।ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ସମସ୍ତଙ୍କ ଧେୟ ହେବା ଉଚିତ ବୋଲି ସେମାନେ କହିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ନିଳମାଧବ ମାଝୀ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଆଚାର୍ଯ୍ୟ ହରିହର ଶିଶୁ ଭବନ ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ଓ ଶିଶୁ ଭବନର ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ କର୍ମଚାରୀ ଥିଲେ ପ୍ରମୁଖ ଯୋଗ ଦେଇ ଥିଲେ।ପରେ ସମସ୍ତ ଅନ୍ତେବାସୀ ସାକ୍ଷୀ ଗୋପାଳ ମନ୍ଦିର ପରିଦର୍ଶନ କରିବା ସହ ପ୍ରଭୁ ଗୋପୀନାଥ ଓ ରାଧାରାଣୀ ଙ୍କ ପାଦ ଦର୍ଶନ କରିଥିଲେ।
