ଭିଜଲାନ୍ସ ଜାଲରେ କିରାଣି
କୋରାପୁଟ ଜିଲ୍ଲା ବନ୍ଧୁଗାଁ ଶିଶୁ ବିକାଶ ବିଭାଗରେ ଭିଜିଲାନ୍ସ ଚଢ଼ାଉ।ଜଣେ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ରିଲିଜ ଅର୍ଡର ଦେବା ପାଇଁ ଚାଳିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ICDS କିରାଣୀ ଅଶ୍ୱନି କୁମାର ପ୍ରଧାନ।ବନ୍ଧୁଗାଁ ବ୍ଲକ ର ଡେର୍କା ଅଙ୍ଗନବାଡି କର୍ମୀ ଭାବେ ଉକ୍ତ ମହିଳା ଜଣକ ନିଯୁକ୍ତି ପାଇବା ପରେ ରିଲିଜ ଅର୍ଡର ଦେବା ପାଇଁ କିରାଣି ଅଶ୍ଵିନୀ ପ୍ରଧାନ ୪୦,୦୦୦ଟଙ୍କା ଦାବୀ କରିଥିଲେ।ଉକ୍ତ କର୍ମୀଙ୍କ ପିତା ରାଉତ କୁଲେସିକା ଏଇ କଥା ସୁଣି ଭିଜିଲାନ୍ସର ଦ୍ଵାରସ୍ତ ହୋଇ ସବୁକିଛି ଜଣାଇଥିଲେ।ତାଙ୍କ ଠାରୁ ସବୁ କିଛି ଶୁଣିବା ପରେ ଭିଜିଲାନ୍ସ ଟିମ୍ ଛକି ବସି ଆଜି ଟଙ୍କା ନେଉଥିବା ବେଳେ କିରସଣିଙ୍କୁ ମାଡି ବସି ଥିଲା।

ଏହି ପୋଷ୍ଟ ପାଇଁ ପୂର୍ବରୁ ମଧ୍ୟ ଏକ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।ଏନେଇ କୋରାପୁଟ ଭିଜିଲାନ୍ସ କେଶ ନମ୍ବର୧୫/୨୩ରେ ବିଭିନ୍ନ ଦଫା ଅନୁଯାଇ ଏକ ମାମଲା ରୁଜୁ କରାଯାଇ କିରାଙ୍କୁ ଗିରଫ କରା ଯାଇଥିବା ସୂଚନା ମିଳିଛି।ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଙ୍କ ନେତୃତ୍ବରେ ମାଲକାନଗିରି ଓ ଜୟପୁର ର ୧୧ଜଣିଆ ଟୀମ ଏହି ଚଢ଼ାଉରେ ସାମିଲ ଥିଲେ।ଅଙ୍ଗନବାଡି କର୍ମୀ ଆଗରୁ ଏକ ଲକ୍ଷ ଟଙ୍କା ଦେଇଥିବା ସୁଣିବାକୁ ମିଳିଥିବା ବେଲକେ ଆଜି ପୁଣି ୪୦ ହଜାର ଟଙ୍କା ଦେଉ ଥିବା ସମୟରେ କିରାଣିଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ୍।
ରିପୋର୍ଟ- ପ୍ରମୋଦ ଜେନା, କୋରାପୁଟ।
