ପୁସ୍ତକମେଳା ପାଇଁ ଭୂମି ପୂଜନ।
ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୬ ତମ ଜଗତସିଂହପୁର ପୁସ୍ତକମେଳା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଆଜି ଅପରାହ୍ନରେ ଏହି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାଂସ୍କୃତିକ ପରିଷଦର ସମ୍ପାଦକ ଶାରଦା ପ୍ରସାଦ ଦାସ କର୍ତ୍ତା ଭାବେ ଭୂମି ପୂଜାନ କାର୍ଯ୍ୟ ସଂପାଦନ କରିଥିଲେ । ପ୍ରକାଶଥାଉକି ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୨୬ ତମ ପୁସ୍ତକମେଳା ଆସନ୍ତା ଜାନୁଆରୀ ୧୫ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜିର ଏହି ଭୂମି ପୂଜନ ଅବସରରେ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ, ଯୁଗ୍ମ ସମ୍ପାଦକ ଡ଼ ସୁଧୀର କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ପରିଷଦର ସଦସ୍ୟ ମଧୁସୂଦନ ସାହୁ,ପ୍ରଭାତ ଦାଶ, ଉମାକାନ୍ତ ଦାଶ,ମନୋଜ କୁମାର ମହାପାତ୍ର, ଡ଼ ସୁରେନ୍ଦ୍ର ନାଥ ତ୍ରିପାଠୀ, ମନୋଜ କୁମାର ଦାଶ, ଲୋକନାଥ ଦାସ,ସରୋଜକାନ୍ତ ସାହୁ,ଡ଼ ନିରଞ୍ଜନ ବିଶ୍ୱାଳ ,ବିବୁଧ କୁମାର ମହାନ୍ତି, ପ୍ରଦୀପ୍ତ କୁମାର ମିତ୍ର,ମାନସ କୁମାର କାନୁନଗୋ, କୃଷ୍ଣଚନ୍ଦ୍ର ପ୍ରଧାନ , ନିବେଦିତା ମହାନ୍ତି,କୌଳାସ ମଲ୍ଲିକ, ଅତନୁ କୁମାର ସ୍ବାଇଁ, ଜିତେନ୍ଦ୍ର ପ୍ରଧାନ, ରୋମିଓ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
